ଜଳ ବିଶୋଧନ ପ୍ଲାଣ୍ଟରୁ ଚୋରି ଘଟଣାରେ ୯ ଅଭିଯୁକ୍ତ କୋର୍ଟଚାଲାଣ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ବୁର୍ଲା /ଧନକଉଡ଼ା : ଆର୍‌ଡବ୍ଲୁଏସ୍‌ଏସ୍‌ ପ୍ରକଳ୍ପ ଅଧୀନରେ ବୁର୍ଲା ରାଠି ଷ୍ଟିଲ୍‌ ପ୍ଲାଣ୍ଟ ସମ୍ମୁଖରେ ନିର୍ମାଣ ଚାଲିଥିବା ଜଳ ବିଶୋଧନ ପ୍ଲାଣ୍ଟରୁ ଗତ ୮ତାରିଖରେ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୯ ଜଣ ଅଭିଯକ୍ତଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ଗିରଫ ହୋଇଥିବା ୯ ଅଭିଯୁକ୍ତ ହେଲେ କାହ୍ନା ବେହେରା(୨୩), ଧୀରେନ୍ଦ୍ର କଣ୍ଟା (୨୬), ଯୋଗେଶ ବାରିକ (୨୪), କ୍ଷୀରୋଦ ତାଣ୍ଡି (୨୯), ଦେବେନ୍ଦ୍ର ଥେଠୁଆର (୩୪), ଦୀପକ ଥେଠୁଆର୍ (୨୫), ଅଜୟ ମାଝୀ (୨୭), ପିଣ୍ଟୁ ଭୋଇ (୨୮) ଓ ଚିତ୍ତରଞ୍ଜନ ମହତ୍ତମ (୫୬)। ସେମାନଙ୍କ ପାଖରୁ ଗୋଟିଏ ଟିଭି, ୪ଟି ଟିଏସ୍ ମେସିନ୍, ଗୋଟିଏ ପିସି, ସିସିଟିଭି କ୍ୟାମେରା ଓ ମୋନିଟରିଙ୍ଗ୍ ସିଷ୍ଟମ୍, ୨ଟି ବ୍ୟାଟେରି, ଗୋଟିଏ ଏସି ଆଦି ଜବତ ହୋଇଛି।

ଜବତ ସାମଗ୍ରୀର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଗତ ୮ ତାରିଖ ରାତି କିଛି ଦୁର୍ବୃତ୍ତ ଉକ୍ତ ନିର୍ମାଣାଧୀନ ପ୍ଲାଣ୍ଟ ଭିତରେ ପଶି ପ୍ରଥମେ କାଗଜପତ୍ର ଚିରିଥିଲେ। ଏହା ପରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଧରି ସେଠାରୁ ଫେରାର୍‌ ହୋଇଯାଇଥିଲେ। ସୁରକ୍ଷାକର୍ମୀ ଅଟକାଇବାକୁ ପ୍ରୟାସ କରିବା ବେଳେ ସେମାନେ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲେ। ଏହାପରେ ଏଲ୍‌ ଆଣ୍ଡ ଟି ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe