ଔଷଧ ଦୋକାନରୁ ଚୋରି

Advertisment
ଔଷଧ ଦୋକାନରୁ ଚୋରି

Dailyhunt

ହାଟଡିହି: ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧୀନସ୍ଥ ହାଟଡିହି ତହସିଲ ଛକରେ ଥିବା ଗଣପତି  ଔଷଧ ଦୋକାନରୁ ୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚୋରି ଯାଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି।  ଅଭିଯୋଗ ଅନୁଯାଇ ଦୋକାନ ମାଲିକ ନାରାୟଣ ପହି ଗତକାଲି ରାତି ୧୧ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ।

ଆଜି ସକାଳେ ପାଖ ଦୋକାନୀ ସ୍କାଇ ଲାଇଟ ଭଙ୍ଗା ଯାଇଥିବା ନେଇ ଖବର ଦେବାପରେ ସେ ଆସି ଦୋକାନରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।  ସେ ରଜ ଦିନଠାରୁ ତାଙ୍କ ହିରୋ ସୋରୁମରେ ବିକ୍ରି ହୋଇଥିବା ୮ଲକ୍ଷ ଟଙ୍କାକୁ ଦୋକାନର କ୍ୟାସ ଡ୍ରୟରରେ ରଖିଥିବାବେଳେ ଆଉ ଏକ ସ୍ଥାନରେ ତାଙ୍କର ମନିପର୍ସ ଟିକୁ ରଖିଥିଲେ।  ଯେଉଁଥିରେ ୨୫ହଜାର ଟଙ୍କା ଥିଲା।  ଦୁର୍ବୃତ୍ତମାନେ ସବୁତକ ଟଙ୍କା ନେଇଯିବା ସହ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍‌କୁ ମଧ୍ୟ ନେଇ ଯାଇଛନ୍ତି।  ଦୋକାନ ବାହାରେ ଦୁଇଟି ବାଉଁଶ, ଗୋଟିଏ ଲୁହା ରଡ ପଡିଥିବା ଦେଖିବାକୁ ମିଳିଛି।  ଅଭିଯୋଗ ପାଇବାପରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe