ଦଶପଲ୍ଲା ମୈଦାନରେ ୮୫ ସରପଞ୍ଚ, ୬୮ ସମିତିସଭ୍ୟ, ୨୨୩ ୱାର୍ଡସଭ୍ୟ

ସରିଲା ପ୍ରତ୍ୟାହାର, ପ୍ରସ୍ତୁତ ମୈଦାନ, ୬୩ ୱାର୍ଡସଭ୍ୟ ଅପ୍ରତିଦ୍ବନ୍ଦ୍ବୀ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଦଶପଲ୍ଲା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥିପତ୍ର ପ୍ରତ୍ୟାହାର। ଚୂଡାନ୍ତ ହୋଇଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ପ୍ରକାଶ ପାଇଥିବା ବେଳେ ଆଜିଠାରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସମସ୍ତ ପ୍ରାର୍ଥୀ। କିଏ କିଭଳି ଭୋଟରଙ୍କୁ ମନେଇ ନିଜ ସପକ୍ଷରେ ଭୋଟ୍‌ ସଂଗ୍ରହ କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। ହେଲେ ଏହା ମଧ୍ୟରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଉପରେ ନଜର ପକାଇଲେ ଦଶପଲ୍ଲା ବ୍ଲକର ୨୦ଟି ପଂଚାୟତ ପାଇଁ ନିର୍ବାଚନ ମୈଦାନରେ ୮୫ ଜଣ ସରପଞ୍ଚଙ୍କ ସମେତ ୬୮ ଜଣ ସମିତିସଭ୍ୟ ଏବଂ ୨ଶହ ୨୩ ଜଣ ୱାର୍ଡ ସଭ୍ୟ ରହିଛନ୍ତି। ଆଜି ମୋଟ ୫୦ଟି ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇଛି। ଯେଉଁଥରେ ସରପଂଚ ପଦ ଓ ସମିତିସଭ୍ୟ ପଦରୁ ୧୩ ଜଣ ଲେଖାଏଁ ପ୍ରାର୍ଥୀ ରହିଥିବା ବେଳେ ୱାର୍ଡ ମେମ୍ବର ପଦରୁ ୨୪ ଜଣ ପ୍ରାର୍ଥୀ ଓହରି ଯାଇଛନ୍ତି। ଚୂଡାନ୍ତ ପ୍ରାର୍ଥୀମାନଙ୍କ ମଧ୍ୟରେ ସରପଂଚ ଭାବେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ତେଣ୍ତାବାଡି ପଂଚାୟତରେ ରହିଥିବା ବେଳେ ବାଣିଗୋଛାରେ ୬, ଭୋଗବାଡିରେ ୩, ଚଡେୟାପଲ୍ଲୀରେ ୩, ଡିହଗାଁରେ ୬, ଦୁଡାରେ ୪, ଘୋଳାହାଣ୍ତିରେ ୪, ଘୁଗୁଡିପଡାରେ ୨, କଳସାଖମଣରେ ୪, ଖମାରସାହିରେ ୩, କୁଲୁରୁକୁମ୍ପାରେ ୫, କୁଜାମେଣ୍ଢିରେ ୪, ମଧ୍ୟଖଣ୍ତରେ ୩, ନଛିପୁରରେ ୭, ନୂଆଗାଁରେ ୫, ପୋଖରୀଗୋଛାରେ ୪, ସରିଗଣ୍ତାରେ ୩, ସିମିଳିସାହିରେ ୩, ଟାକରାରେ ୨ ଓ ତୁମାଣ୍ତିରେ ୩ ଜଣ ପ୍ରାର୍ଥୀ ରହିଛନ୍ତି। ସେହିଭଳି ସମିତିସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ ନଛିପୁର ପଂଚାୟତରେ ୭ ଜଣ ପ୍ରାର୍ଥୀ ରହିଥିବା ବେଳେ ବାଣିଗୋଛାରେ ୩, ଭୋଗବାଡିରେ ୨, ଚଡେୟାପଲ୍ଲୀରେ ୩, ଡିହଗାଁରେ ୬, ଦୁଡାରେ ୩, ଘୋଳାହାଣ୍ତିରେ ୨, ଘୁଗୁଡିପଡାରେ ୨, କଳସାଖମଣରେ ୨, ଖମାରସାହିରେ ୨, କୁଲୁରୁକୁମ୍ପାରେ ୨, କୁଜାମେଣ୍ଢିରେ ୪. ମଧ୍ୟଖଣ୍ତରେ ୪, ନୂଆଗାଁରେ ୪, ପୋଖରୀଗୋଛାରେ ୨, ସରିଗଣ୍ତାରେ ୬, ସିମିଳିସାହିରେ ୨, ଟାକରାରେ ୩, ତୁମାଣ୍ତିରେ ୫ ଓ ତେଣ୍ତାବାଡିରେ ୩ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେହିଭଳି ୨ଶହ ୭୬ଟି ୱାର୍ଡ ପାଇଁ ୩ ଶହ ୮୬ ଜଣ ପ୍ରାର୍ଥୀ ରହିଥିବା ବେଳେ ୧୬୩ ୱାର୍ଡ ସଭ୍ୟ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ଅବଶିଷ୍ଟ ୧୧୩ଟି ୱାର୍ଡ ପାଇଁ ୧୧୩ଟି ୱାର୍ଡ ପାଇଁ ୨ଶହ ୨୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ତେବେ ଏହା ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସିମିଳିସାହି ପଂଚାୟତ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମିତିସଭ୍ୟ ପ୍ରାର୍ଥୀ ସୁନନ୍ଦା ସାହୁ ଏବଂ ଘୋଳାହାଣ୍ତି ପଂଚାୟତ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମିତିସଭ୍ୟ ପ୍ରାର୍ଥୀ ମିତାଞ୍ଜଳି ସାହୁ ରେସ୍‌ରେ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe