ଶିକ୍ଷକ ଅଭାବ, ଦୁଇ ଦିନ ହେଲା ସ୍କୁଲରେ ତାଲା

Advertisment
ଶିକ୍ଷକ ଅଭାବ, ଦୁଇ ଦିନ ହେଲା ସ୍କୁଲରେ ତାଲା

Times of India

ରିଆମାଳ: ରିଆମାଳ ବ୍ଲକ ମଳେହିପଡ଼ା ପଞ୍ଚାୟତ ବଡସିମଲଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଦୁଇ ଦିନ ହେବ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ୭ଟି ଶ୍ରେଣୀରେ ୪୧ ଜଣ ଛାତ୍ରଛାତ୍ରୀ ଥିବା ବେଳେ ପାଠ ପଢ଼ାଇବାକୁ ୨ ଜଣ ଶିକ୍ଷକ ଅଛନ୍ତି। ଜଣେ କୌଣସି ମିଟିଂ ବା ଟ୍ରେନିଂରେ ଗଲେ ଅନ୍ୟ ଜଣେ ଶିକ୍ଷକଙ୍କ ପକ୍ଷେ ସ୍କୁଲ ସମ୍ଭାଳିବା କଷ୍ଟକର ହୋଇପଡ଼ୁଛି।

ଶିକ୍ଷକ ନିଯୁକ୍ତି ଦାବି ପାଇଁ ଅନେକ ଥର ଦାବି ପରେ ବି କେହି ଶୁଣିଲେ ନାହିଁ। ଫଳରେ ବାଧ୍ୟ ହୋଇ ପବିତ୍ର ମୋହନ ଝାଙ୍କରଙ୍କ ନେତୃତ୍ବରେ ସ୍କୁଲରେ ତାଲା ପକାଯାଇ ଥିଲା। ଏଥିରେ ସଞ୍ଜୟ ଝାଙ୍କର, ସନ୍ତୋଷ ଭୋଇ, ପ୍ରଫୁଲ୍ଲ ଜାଲ, ରୁକ୍ମିଣୀ ବାଘ, କଳାବତି ବାଘ, ଗୁରୁଚରଣ ନାୟକ ସମେତ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ତାଲା ପକାଇ ଧାରଣାରେ ବସିଛନ୍ତି। ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe