କୃଷି କ୍ଷେତ୍ରରେ ଅଧିକ ଯାନ୍ତ୍ରିକୀକରଣର ଆବଶ୍ୟକତା ରହିଛି: କୃଷି ମନ୍ତ୍ରୀ

Advertisment
କୃଷି କ୍ଷେତ୍ରରେ ଅଧିକ ଯାନ୍ତ୍ରିକୀକରଣର ଆବଶ୍ୟକତା ରହିଛି: କୃଷି ମନ୍ତ୍ରୀ

ଭୁବନେଶ୍ବର : ଚାଷ ଜମିକୁ ଜଳସେଚନ ପାଇଁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ୫'ଟି'କୁ କଡ଼ାକଡ଼ି ଭାବେ ଅନୁପାଳନ କରି ଜଳସେଚନ ସୁବିଧା ନିମନ୍ତେ ଜଳନିଧି ଓ ସୌର ଜଳନିଧି ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ଚାଷୀମାନଙ୍କୁ ସାମିଲ କରାଯିବ। ଏଥିପାଇଁ କୃଷି ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନେ ତତ୍ପରତା ସହ କାର୍ଯ୍ୟ କରିବା ଦରକାର।

କୃଷି ବିଭାଗ ଯନ୍ତ୍ରୀମାନଙ୍କର କାର୍ଯ୍ୟନେଇ ସମୀକ୍ଷା କରିବା ଅବସରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ। ରାଜ୍ୟର ସମସ୍ତ ୩୧୪ ବ୍ଲକ୍‌ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜରିଆରେ ଉଦ୍ୟୋଗୀ ସୃଷ୍ଟି କରି ସେମାନଙ୍କୁ ସମସ୍ତ ସୁବିଧା ଓ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌.ମୁଥୁକୁମାର ପ୍ରମୁଖ ଯୋଗଦେଇ ଯନ୍ତ୍ରୀମାନଙ୍କୁ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଉପାଦେୟ ପରାମର୍ଶ ଦେଇଥିଲେ। ବୈଠକରେ ସମସ୍ତ ଜିଲ୍ଲାର ସହକାରୀ ଓ ନିର୍ବାହୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe