There is a sense of distrust among people towards the government: Arun
ଭୁବନେଶ୍ବର: ସରକାରଙ୍କ ବିରୋଧରେ ଲୋକଙ୍କର ଅନାସ୍ଥା ଭାବ ରହିଛି। ଏ ନେଇ ବିଜେପି ବିଧାୟକଙ୍କୁ ପଚାରିଲେ କିଛି ବିଜେପି ବିଧାୟକଙ୍କ ନିରବତା ଓ ସ୍ମିତ୍ ହାସ୍ୟ ବି ଅନେକ କିଛି କହୁଛି। ଲୋକଙ୍କର ଅନାସ୍ଥା ଭାବ ବଢିଛି। ବାଚସ୍ପତି ଅଗ୍ରାହ୍ୟ କଲେ, କାହିଁକି ସୁଯୋଗ ଦେଲେନି ତାହା ବଡ଼ କଥା। ସରକାରୀ ଦଳ ଯେତେବେଳେ ଇଚ୍ଛା ପ୍ରକାଶ କଲେ ଗୃହ ଚଳାଇଲେ ସେତେବେଳେ ବିଜେଡି ଆଲୋଚନାରେ ଅଂଶ ଗ୍ରହଣ କରିଛି।
ସରକାରୀ ଦଳ ନ ଚାହିଁ ଆରୋପ ଲଗାଇଲେ କିପରି ହେବ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ଆମେ ସମସ୍ତେ ଦଳୀୟ ଶୃଙ୍ଖଳା ଭିତରେ ଅଛୁ। ଦଳ ଯାହା ନିଷ୍ପତି ନେବ ତାକୁ ମାନିବୁ। ଦଳର ନିଷ୍ପତ୍ତି ଉର୍ଦ୍ଧ୍ବରେ ଥିବାରୁ ବ୍ୟକ୍ତିଗତ ସ୍ୱାର୍ଥକୁ ବଳି ଦିଆଯାଏ। ମୁଁ ସବୁବେଳେ ଆଲୋଚନା ସପକ୍ଷରେ । ସରକାରୀ ଦଳର ନମଣୀୟତା ରହୁନି ଦଳ ବିଦ୍ରୋହ କରିବ। ଦଳର ଶୃଙ୍ଖଳା ଭିତରେ ରହି ଆମେ କାମ କରିବୁ।
ସରକାରଙ୍କ ଇଚ୍ଛା ନଥିଲେ ବିରୋଧି ଦଳର କଥା ନ ଶୁଣିଲେ ଅଚଳବସ୍ଥା ସୃଷ୍ଟି ହେବ। ଲୋକେ ସଚେତନ ହୋଇ ଉଭୟ ସରକାର ଓ ବିରୋଧୀ ଦଳ ଉପରେ ଚାପ ପକାଇଵା ଉଚିତ୍। ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହୁଅନ୍ତୁ ବିରୋଧୀ ଦଳ ଭାଗ ନେବାକୁ ବି ପ୍ରସ୍ତୁତ ହୁଅନ୍ତୁ। ଯେତେବେଳେ ସ୍କୋପ ମିଳିଛି ବିରୋଧୀ ଦଳ ଭାବେ ସ୍କୋର କରିଛି ଦଳ। ଆଲୋଚନା କାହିଁକି ହେଉନି, କାହାର ଭୁଲ ତାହା ବିତର୍କ ହେବାର ଆବଶ୍ୟକ ରହିଛି। ବିତର୍କ ନ ହେଲେ ଅବସ୍ଥାର ସୁଧାର ଆସିବନି।
ରାଜ୍ୟର ଜନସାଧାରଣଙ୍କ ଉନ୍ନତି ଓ ଆଲୋଚନା ପାଇଁ ବିଧାନସଭା ଚାଲେ। ଯଦି ଏକଥା ନ ହୋଇପାରିବ ବିଧାନସଭାର ମାନେ କିଛି ନାହିଁ। ବିଧାନସଭା ଚଳାଇବାରେ ବଡ ଭୂମିକା ସରକାରୀ କଳ ଓ ସରକାରୀ ଦଳର। ଯଦି ସରକାର ନ ଚାହିଁବେ କିପରି ଚାଲିବ। ବିରୋଧି ଦଳ ଭାବେ ବି ଆମର କର୍ତ୍ତବ୍ୟ ଆଲୋଚନାରେ ଭାଗ ନେବା ଜରୁରୀ ବୋଲି ଅରୁଣ କହିଛନ୍ତି।
Follow Us