Pond5
ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ନୂଆଡ଼ିହି ଗ୍ରାମରେ ବିଜୟ ମେହେରଙ୍କ ଘର ସମ୍ମୁଖରେ ବାଲିପକାକୁ କେନ୍ଦ୍ରକରି ଆକ୍ରମଣ ଓ ପ୍ରତିଆକ୍ରମଣ ଅଭିଯୋଗରେ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଘଟଣାଟି ଶନିବାର ରାତି ସାଢ଼େ ୮ଟାରେ ଘଟିଥିବା ଜଣାପଡ଼ିଛି। କରୁଣାକର ବଢ଼େଇଙ୍କ ଅଭିଯୋଗ ଅନୁସାରେ, ଦୁଷ୍ମନ୍ତ ବଢ଼େଇ ଗାୟତ୍ରୀ ଯଜ୍ଞକୁ ଯାଉଥିବା ସମୟରେ ବିଜୟ ମେହେର ଓ ତାଙ୍କ ପୁଅ ସରୋଜ ପ୍ରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ପାଟି ଶୁଣି ନିକଟରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାରକରି ମଣ୍ଡାଳିଆ କେନ୍ଦ୍ରୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ।
ଅପରପକ୍ଷେ ବିଜୟ ମେହେରଙ୍କ ଅଭିଯୋଗ ଅନୁସାରେ, ଦୁଷ୍ମନ୍ତ ବଢ଼େଇ ତାଙ୍କ ଘର ଆଗରେ ବାଲି ପକାଇଥିଲେ। ଏହାକୁ ତାଙ୍କ ପୁଅ ସରୋଜ ବିରୋଧ କରିବାରୁ ତାଙ୍କୁ ଦୁଷ୍ମନ୍ତ ବଢ଼େଇ, ଆକାଶ ବଢ଼େଇ ଓ ଦିବ୍ୟ ବଢ଼େଇଙ୍କ ସମେତ ଅନ୍ୟମାନେ ପ୍ରଣାନ୍ତକ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଦୁଇଟି ମାମଲା ଦାୟର ହୋଇଥିବା ବେଳେ ପୁଲିସ ପ୍ରାଥମିକ ତଦନ୍ତ କରି ବିଜୟ ମେହେରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
Follow Us