ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ ବଖାଣିଲେ କଟକ ସ୍ମୃତି: ବାଲିଯାତ୍ରା ଭଳି ମେଳା ବିଶ୍ବରେ ନାହିଁ

Advertisment
ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ ବଖାଣିଲେ କଟକ ସ୍ମୃତି: ବାଲିଯାତ୍ରା ଭଳି ମେଳା ବିଶ୍ବରେ ନାହିଁ

କଟକ: ବିଶ୍ବ ପ୍ରସିଦ୍ଧ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ ୬୦ ବର୍ଷ ତଳେ ରହୁଥିଲେ କଟକରେ। ଷାଠିଏ ଦଶକରେ ଅର୍ଥାତ ୧୯୫୭ରୁ ୭/୮ ବର୍ଷ ପର୍ଯ୍ୟନ୍ତ ପଣ୍ଡିତ ଚୌରାସିଆ କଟକର ବକ୍ସିବଜାର ଅଞ୍ଚଳରେ ରହୁଥିଲେ। ଦୀର୍ଘ ବର୍ଷ ପରେ କଟକକୁ ଆସି ଆଜି ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପଣ୍ଡିତ ‌ଚୌରାସିଆ ନିଜର କଟକ ଅବସ୍ଥାନର ସ୍ମୃତିଚାରଣ କରିଛନ୍ତି। ପଣ୍ଡିତ ଚୌରାସିଆ କହିଛନ୍ତି ଯେ ସେତେବେଳେ ମଧୁପୁର ହାଉସ୍‌ରେ ସଂଗୀତ କାର୍ଯ୍ୟକ୍ରମ ଚାଲୁଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ସହ ମିଶି ଅନେକ କାର୍ଯ୍ୟକ୍ରମ କରିଛି। ଅକ୍ଷୟ ମହାନ୍ତିଙ୍କ ବଡ଼ ଉଭଣୀ ସୁଲେଖା ବହୁତ ଭଲ ଗାଉଥିଲେ। କଟକରେ ୭/୮ବ‌ର୍ଷ ରହିବାର ଅନୁଭବ ବେଶ୍ ମଧୁର ଥିଲା। ସେତେବେଳେ କଟକ ସହର ବହୁତ ଭଲ ଥିଲା। ଏବେ ତ ଗହଳି ବଢି ଗଲାଣି। କଟକ ପରା ମୋ ଘର, କଟକ ବିଷୟରେ କଣ କହିବି ବୋଲି ପଣ୍ଡିତ ଚୌରାସିଆ ପ୍ରଶ୍ନ କରିଥିଲେ। ପଣ୍ଡିତ ଚୌରାସିଆ ଉତ୍ତରପ୍ରଦେଶ ଆହ୍ଲାବାଦର ମୂଳ ବାସିନ୍ଦା ହୋଇଥିଲେ ବି ୧୯୫୭ରେ କଟକର ଆକାଶବାଣୀ କେନ୍ଦ୍ରରେ କ‌‌ମ୍ପୋଜର୍ ଭାବେ ଯୋଗ ଦେଇଥିଲେ। ବାଲିଯାତ୍ରା ପ୍ରସଙ୍ଗରେ ପଣ୍ଡିତ ‌ଚୌରାସିଆ କହିଥିଲେ ଯେ ସେତେବେ‌ଳେ ବାଲିଯାତ୍ରା ଏବେ ବଡ଼ ନଥିଲା।

ଏହା କେବଳ କଟକ ଲୋକଙ୍କ ମଧ୍ୟରେ ସମୀତ ଥିଲା। ବେଶୀ ଗାଡ଼ିମଟର ଯିବା ଆସିବା ସୁବିଧା ନଥିଲା। ଲାଇଟ୍ ବି ନଥିଲା। ତେଣୁ ବକ୍ସିବଜାରରୁ ଯାତ୍ରା ପଡ଼ିଆକୁ ଚାଲିଚାଲି ଆସିବାକୁ ଦୀର୍ଘ ସମୟ ଲାଗୁଥିଲା। ଏବେ ବାଲିଯାତ୍ରା ବହୁତ ବଢ଼ିଗଲାଣି। ଏତେ ପୁରୁଣା ଯାତ୍ର। ଭାରତରେ କାହିଁକି ପୃଥିବୀରେ ବାଲିଯାତ୍ରା ଭଳି ମେଳା କେଉଁଠି ନାହିଁ ବୋଲି ପଣ୍ଡିତ ଶ୍ରୀ ଚୌରାସିଆ କହିଥିଲେ। ମଞ୍ଚରୁ ବାଲିଯାତ୍ରାକୁ ଦେଖିଲେ, କୌଣସି ବିଦେଶରେ କାର୍ଯ୍ୟକ୍ରମ କଲା ଭଳି ମନେ ‌ହେଉଛି ବୋଲି ସେ କହିଥିଲେ। ଦୀର୍ଘ ବ‌ର୍ଷ ପରେ କଟକ ମାଟିରେ ସଂଗୀତ କାର୍ଯ୍ୟକ୍ରମ କରିଥ‌ିଲେ ମଧ୍ୟ ଓଡ଼ିଆଙ୍କ ରୁଚିକୁ ସେ ଭୁଲି ନ ଥିଲେ। ପଣ୍ଡିତ ଶ୍ରୀ ଚୌରାସିଆ ଓ ତାଙ୍କର ୧୭ଜଣ ଶିଷ୍ୟ ବାଲିଯାତ୍ରା ଅକ୍ଷୟ ମହାନ୍ତି ମଞ୍ଚରେ ବଂଶୀ ସ୍ବରରେ ‘ଆହେ ନୀଳ ଶୈଳ.... ସଂଗୀତ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe