ରାଜ୍ୟରେ କରୋନା ଭୟ ନାହିଁ, ସତର୍କ ରହିବାକୁ ପରାମର୍ଶ

Advertisment

ଉପର ତଳ ହେଉଛି ଦୈନିକ ସଂକ୍ରମଣ, ୧୦ହଜାରରୁ ବଢ଼ୁନି ଟେଷ୍ଟିଂ

ଉପର ତଳ ହେଉଛି ଦୈନିକ ସଂକ୍ରମଣ, ୧୦ହଜାରରୁ ବଢ଼ୁନି ଟେଷ୍ଟିଂ

ରାଜ୍ୟରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ: ଘରେ ଘରେ ଥଣ୍ଡା, ଜ୍ୱର

Deccan Herald

ଭୁବନେଶ୍ବର : ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଆଶ୍ବସ୍ତି କଲାଭଳି ସୂଚନା ଆସିଛି। ରାଜ୍ୟରେ କୋଭିଡ ସ୍ଥିତି ଆତଙ୍କିତ କଲା ଭଳି ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତଥାପି ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ବର୍ତମାନ ଦୈନିକ ୧୦ହଜାର ନମୁନା ପରୀକ୍ଷା ହେଉଥିବାବେଳେ ତହିଁରୁ ୨୫ଜଣଙ୍କ ପଜିଟିଭ୍ ଆସୁଛି। ପଜିଟିଭ୍ ହାର ୦.୦୫ ପ୍ରତିଶତ ରହୁଛି। ଯେହେତୁ ଭୂତାଣୁ ଅଛି, ତେଣୁ ସଂକ୍ରମଣ ହେଉଛି। ସଂକ୍ରମଣ କେଉଁଠି ବଢ଼ିବ ତ ଆଉ କେଉଁଠି କମିବ। ମୁଖ୍ୟ କଥା ହେଉଛି କେତେଜଣ ସଂକ୍ରମିତ ବ୍ୟକ୍ତି ଗୁରୁତର ହେଉଛି ଓ ଡାକ୍ତରଖାନାରେ ଭର୍ତି ହେଉଛନ୍ତି। ରାଜ୍ୟରେ ଏହି ସଂଖ୍ୟା ଯଥେଷ୍ଟ କମ୍ ରହିଛି। ଯେଉଁଠାରେ କ୍ଲଷ୍ଟର ଆଉଟବ୍ରେକ୍ ହେଉଛି ସେଠାରେ କଣ୍ଟାକ୍ଟ ଟ୍ରେସିଂ ସହ ପୃଥକ୍‌ବାସ ରଖି ଚିକିତ୍ସା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। କାଶ, ଥଣ୍ଡା କିମ୍ବା ଜ୍ବର ହେଲେ ଲୋକ ନିଜକୁ ଅଲଗା କରି ରଖିବା ସହିତ ଟେଷ୍ଟ କରାଇନେବା ଜରୁରୀ ବୋଲି ଡା.ମିଶ୍ର କହିଛନ୍ତି।

ଅପରପକ୍ଷରେ ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଜିଲ୍ଲାମାନଙ୍କୁ ଟେଷ୍ଟିଂ ବଢ଼ାଇବାକୁ ନିର୍ଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଦୈନିକ ଟେଷ୍ଟିଂରେ ବୃଦ୍ଧି ଦେଖିବାକୁ ମିଳିନାହିଁ। ପୂର୍ବଭଳି ୧୦ହଜାର ନମୁନା ପରୀକ୍ଷା ଜାରି ରହିଛି। ନମୁନା ପରୀକ୍ଷା ବଢ଼‌ିଲେ, ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଉପର ତଳ ହେଉଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୫, କଟକ ୨, ବାଲେଶ୍ବର, ବଲାଙ୍ଗୀର, ସୁନ୍ଦରଗଡ଼, ଜଗତସିଂହପୁରରୁ ଜଣେ ଲେଖାଏ ଓ ଷ୍ଟେଟ ପୁଲରୁ ୪ଜଣ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୭୬୨କୁ ବୃଦ୍ଧି ପାଇଛି। ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଥିଲେ ବି ସରକାରୀଭାବେ ‌ନୂଆ କୋଭିଡ ମୃତ୍ୟୁ ଘୋଷଣା ହୋଇନାହିଁ। ଆଜି ରାଜ୍ୟରେ ୨୧ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏବେ ୧୬୪ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe