ଟ୍ବିଟ୍‌ କରି ଜଣାଇଲା କମିସନରେଟ୍‌ ପୁଲିସ୍‌, ବାଲିଯାତ୍ରାରେ ଗାଡ଼ି ପାର୍କିଂ ପାଇଁ ଜାଗା ନାହିଁ

Advertisment
ପାର୍ବଣ ପରବର୍ତ୍ତୀ ସମ୍ଭାବ୍ୟ କରୋନା ବୃଦ୍ଧି ମୁକାବିଲା: ଦେଶରେ ୨ ଲକ୍ଷ ଆଇସିୟୁ ଶଯ୍ୟା ରହିବ

କଟକ: କଟକ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ବଡ ଖବର। ଯଦି ଆପଣ ବାଲିଯାତ୍ରା ବୁଲିବାକୁ କଟକ ଆସୁଥାନ୍ତି ତେବେ କମିସନରେଟ ପୋଲିସର ଟ୍ବିଟ୍‌ ଉପରେ ଥରେ ନଜର ପକାନ୍ତୁ। କାରଣ କଟକ ବାଲିଯାତ୍ରାରେ ଅସମ୍ଭବ ଭିଡ। ଏପରି ଭିଡ଼ ହୋଇଛି ଯେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନାହିଁ। ଏପରିକି ଟ୍ରାଫିକ୍‌ ଏତେ ଅସମ୍ଭାଳ ହୋଇଯାଇଛି ଯେ କମିସନରେଟ୍‌ ପୋଲିସ ହାତ ଟେକି ଦେଇଛି। ଗାଡ଼ି ପୂରା ଜାମ୍‌ ହୋଇଯାଇଥିବାରୁ ବର୍ତମାନ ଆଉ ଗାଡ଼ିକୁ ଅନୁମତି ଦିଆଯିବ ନାହିଁ ବୋଲି ଟ୍ବିଟ୍‌ କରି କହିଛି କମିସନରେଟ୍‌ ପୋଲିସ। ଏଥିପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି।

ପାର୍କିଂ ପାଇଁ ସ୍ଥାନ ଖାଲି ହେବା ପରେ ଅନ୍ୟ ଗାଡ଼ିକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ସେପଟେ ବାରଙ୍ଗ, ତ୍ରିଶୁଳିଆ, ଆଠଗଡ଼ ରାସ୍ତା ଅପରାହ୍ନ ୪ଟାରୁ ରାତି ୧୨ ଟା ଯାଏଁ ଟ୍ରାଫିକ ଜାମ୍‌ ରହିବ, ତେଣୁ ଏନଏଚ୍‌-୧୬ ରାସ୍ତାରେ ଯିବାକୁ ଆଡଭାଇଜରି ଜାରି କରିଛି କମିସନରେଟ୍‌ ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe