ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ନାହିଁ: ଅତନୁ

Advertisment

‘ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସୈନିକ’

‘ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସୈନିକ’

ପାରଳା ଅର୍ବାନ ବ୍ୟାଙ୍କ ଘୋଟାଲାର ତଦନ୍ତ ହେବ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଜେଡିରେ କୌଣସି ପ୍ରକାର କନ୍ଦଳ ନାହିଁ। ଦଳରେ ଦୁଇଗୋଷ୍ଠୀ ମଧ୍ୟ ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଏକମାତ୍ର ନେତା। ଆମେ ସବୁ ତାଙ୍କର ଜଣେ ଜଣେ ସୈନିକ। ଜିଲ୍ଲା ବିଜେଡି‌ରେ ଗୋଷ୍ଠୀ କନ୍ଦଳ ନେଇ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ଗସ୍ତରେ ଆସିଥିବା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି କଥା ‌କହିଛନ୍ତି। ଏଥିସହ ଆଗାମୀ ନିର୍ବାଚନରେ ଜିଲ୍ଲାର ତିନୋଟି ବିଧାନସଭା ଆସନକୁ ଦଳ ହାତେଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ମନ୍ତ୍ରୀଙ୍କ ସହ ଆସିଥିବା ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏଠାରେ ରୁଦ୍ଧଦ୍ବାର ବୈଠକ କରି କର୍ମୀ ଏବଂ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମନ୍ତ୍ରୀ ଶ୍ରୀ ନାୟକ ରାୟଗଡାରେ ପୂର୍ବାହ୍ନରେ ପହଞ୍ଚି ସର୍କିଟ ହାଉସ ଯାଇଥିଲେ। ସେଠାରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ନେଇ ଦଳ ସଂପର୍କରେ ଆଲୋଚନା କରିଥିଲେ। ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ତଥା ପଛୁଆ ବର୍ଗ, ସଂଖ୍ୟାଲଘୁ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାସ, ଏସ୍‌ଡିସି ଅଧ୍ୟକ୍ଷା ଅନସୂୟା ମାଝି, ଜିଲ୍ଲା ପରିଷଦ ସଭାପତି ସରସ୍ୱତୀ ମାଝି, ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ପୌରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଏସ୍‌ସି-ଏସ୍‌ଟି ବିଭାଗ ଓ ପଛୁଆବର୍ଗ ବ୍ୟାପାର ଉପଦେଷ୍ଟା ପୃଥ୍ୱୀରାଜ ସାହୁ ଏବଂ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଦୀର୍ଘସମୟ ଧରି ଏଠାରେ ଆଲୋଚନା ଚାଲିଥିଲା। ପରେ ମନ୍ତ୍ରୀ ଶ୍ରୀ ନାୟକ ଏବଂ ଅନ୍ୟମାନେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଯୋଜନା କମିଟି ବୈଠକକୁ ଯାଇଥିଲେ। ବୈଠକ ସରିବା ପରେ ସମସ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆଲୋଚନାରେ ଭାଗ ନେଇଥିଲେ।
ସେହିପରି, ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏଥିସହିତ, ଚଳିତ ମାସ ୭ତାରିଖରେ ୫-ଟି ସଚିବ ଭି.କେ ପାଣ୍ଡିଆନ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସୁଥିବା ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe