ଏହି ପଞ୍ଚାୟତରେ ନାହିଁ ହାଇସ୍କୁଲ; ପଡ଼ୋଶୀ ଉପରେ ଭରସା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭାଲୁକନାଡ଼ି ପଞ୍ଚାୟତରେ ଶିକ୍ଷା ବିଭାଗ ପକ୍ଷରୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ। ଫଳରେ ଭାଲୁକନାଡ଼ି ପଞ୍ଚାୟତର ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀ ପାସ କରିବା ପରେ ପଡ଼ୋଶୀ ପଞ୍ଚାୟତ ଉପରେ ନିର୍ଭର କରିବାକୁ ପଡୁଛି।

school students

ଝରିଗାଁ: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖଲିବା ପାଇଁ ବ୍ୟବସ୍ଥା ରହିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭାଲୁକନାଡ଼ି ପଞ୍ଚାୟତରେ ଶିକ୍ଷା ବିଭାଗ ପକ୍ଷରୁ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ। ଫଳରେ ଭାଲୁକନାଡ଼ି ପଞ୍ଚାୟତର ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀ ପାସ କରିବା ପରେ ପଡ଼ୋଶୀ ପଞ୍ଚାୟତ ଉପରେ ନିର୍ଭର କରିବାକୁ ପଡୁଛି।

ଭାଲୁକନାଡ଼ି ପଞ୍ଚାୟତ ୮ ବର୍ଷ ତଳେ ଫୁପୁଗାଁ ପଞ୍ଚାୟତରୁ ଭାଗ ହୋଇ ନୂତନ ପଞ୍ଚାୟତ ହୋଇଥିଲା। ତେବେ ପଞ୍ଚାୟତରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପିଲା ପାଠ ପଢିବା ପାଇଁ ଦୁଇଟି ପ୍ରାଥମିକ ବିଦ୍ୟାଳୟ ସାରିଆପଡା ଏବଂ କନ୍ଧଗୁଡ଼ା ଗ୍ରାମରେ ରହିଥିବା ବେଳେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପିଲାମାନେ ପାଠ ପଢ଼ିବା ପାଇଁ ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁକାଲୁପଡ଼ା ଏବଂ ଭାଲୁକନାଡ଼ି ଗ୍ରାମରେ ରହିଛି। 

ବର୍ତ୍ତମାନ ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ପଂଚାୟତରେ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବା ପାଇଁ କୌଣସି ବିଦ୍ୟାଳୟ ନଥିବା ଯୋଗୁଁ ପଡ଼ୋଶୀ ପଞ୍ଚାୟତ ଉପରେ ନିର୍ଭର କରୁଛନ୍ତି। ଏହି ପଞ୍ଚାୟତର ଛାତ୍ରଛାତ୍ରୀମାନେ ନବମ ଓ ଦଶମ ଶ୍ରେଣୀ ପାଠ ପଢିବା ପାଇଁ ୬ କିଲୋମିଟର ଦୂରରେ ଥିବା କଲେଗାଁ କିମ୍ବା ୭ କିଲୋମିଟର ଦୂରରେ ଥିବା ଚଚା ଉନ୍ନିତ ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ଫଳରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବା ପାଇଁ ସମସ୍ୟା ହେଉଛି।ପଞ୍ଚାୟତବାସୀ ବହୁବାର ଭାଲୁକନାଡ଼ି ପଞ୍ଚାୟତରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଦାବି କରିବା ପରେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଖଲିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe