ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ନାହିଁ ଆଇଟିଆଇ ଅନୁଷ୍ଠାନ

Advertisment

ବୈଷୟିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ

ବୈଷୟିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ

ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ନାହିଁ ଆଇଟିଆଇ ଅନୁଷ୍ଠାନ

gisodisha.nic.in

ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ସହର। ରାଜନୈତିକ କ୍ଷେତ୍ରରେ ଓ ସମବାୟ ଶିଳ୍ପରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଏହି ସହର ହେଉଛି ରାଜ୍ୟର ଅନ୍ୟତମ ଲୋକସଭା ନିର୍ବାଚନମଣ୍ଡଳୀ। ହେଲେ ଦୁଃଖର କଥା ହେଉଛି, ଆଜି ପର୍ଯ୍ୟନ୍ତ ଏଠାରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଓ ମହିଳା ପଲିଟେକ୍ନିକ୍ ଅନୁଷ୍ଠାନଟିଏ ବି ଖୋଲିପାରୁନି। ଫଳରେ ଏହି ସହର ସମେତ ଉପକଣ୍ଠ ଅଞ୍ଚଳରୁ ପ୍ରତିବର୍ଷ ଶତାଧିକ ଛାତ୍ରଛାତ୍ରୀ ପାସ୍ କରୁଥିଲେ ହେଁ, ବୈଷୟିକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏକାଧିକ ବେସରକାରୀ ଆଇଟିଆଇ ଅନୁଷ୍ଠାନ ଉପରେ ସେମାନେ ନିର୍ଭରଶୀଳ ହୋଇ ମୋଟା ଅଙ୍କର ଫି’ ଗଣୁଥିବାର ନଜିର୍ ରହିଛି। ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନେ ଆଇଟିଆଇ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।
ଆସିକା ବ୍ଲକ୍ ଓ ଏନ୍ଏସିରେ ସରକାରୀ ଏବଂ ବେସରକାରୀ ଭାବେ ୩୦ରୁ ଅଧିକ ଉଚ୍ଚବିଦ୍ୟାଳୟ ଓ ୫ଟି ମହିଳା ମହାବିଦ୍ୟାଳୟ ରହିଛି। ଏହାସହିତ ଗଞ୍ଜାମ ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାର ଆଦିବାସୀଅଧ୍ୟୁଷିତ ଅଞ୍ଚଳର ପିଲାମାନେ ଏଠାକାର ବହୁ ଉଚ୍ଚବିଦ୍ୟାଳୟରେ ପଢ଼ୁଛନ୍ତି। ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଚାହିଦା ବଢ଼ିବାରେ ଲାଗିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଖୁବ୍ କମ୍ ସମୟରେ ଦକ୍ଷ ହେବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି। ବିଶେଷ କରି ୧୦ମ, ଯୁକ୍ତ ୨ ଓ ସ୍ନାତକ ପାସ୍ କରିବା ପରେ ଛାତ୍ରଛାତ୍ରୀ ମାନେ ଆଇଟିଆଇ ଓ ପଲିଟେକ୍ନିକ୍ ଶିକ୍ଷା ପ୍ରତି ଆଗ୍ରହ ଦେଖାଉଛନ୍ତି। ପ୍ରତିବର୍ଷ ଏଠାରୁ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ‌ଶ୍ରେଣୀରୁ ପାସ୍ କରୁଛନ୍ତି।
ତେବେ ଦୁଃଖର କଥା ହେଉଛି, ଆସିକା ବ୍ଲକ୍ କିମ୍ବା ଏନ୍ଏସି ଅଞ୍ଚଳରେ ଗୋଟିଏ ମଧ୍ୟ ସରକାରୀ ଆଇଟିଆଇ କେନ୍ଦ୍ର କିମ୍ବା ପଲିଟେକ୍ନିକ୍ କେନ୍ଦ୍ର ଖୋଲି ପାରିନାହିଁ। ଫଳ‌ରେ ଛାତ୍ରଛାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତୁରନ୍ତ ରାଜ୍ୟ ସରକାର ଏଦିଗରେ ବିଚାର କରିବା ସମୟ ଆସିଛି ବୋଲି ଶିକ୍ଷାବିତମାନେ ମତବ୍ୟକ୍ତ କରିଛନ୍ତି।
ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆସିକାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ବିଧାନସଭାରେ ପ୍ରଶ୍ନ ମଧ୍ୟ ଉଠାଯାଇଛି। ଖୁବ୍‌ଶୀଘ୍ର ଏଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe