ଦୁଇମାସ ହେଲା ସାପୁଆପଦା ଅନ୍ଧାର

Advertisment
ଦୁଇମାସ ହେଲା ସାପୁଆପଦା ଅନ୍ଧାର

ସୁକିନ୍ଦା: ସୁକିନ୍ଦାଗଡ଼ ପଞ୍ଚାୟତ ଅନ୍ତର୍ଗତ ସାପୁଆପଦା ଗାଁ ଦୁଇମାସ ହେଲା ଅନ୍ଧାରରେ ରହିଛି। ଦୁଇମାସ ତଳେ ବଜ୍ରପାତରେ ଏହି ଗ୍ରାମରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଫଳରେ ଲଳିତଗିରି ପାହାଡ଼ ପାଦଦେଶରେ ଥିବା ଏହି ଗ୍ରାମର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନରେ ଅନ୍ଧାର ହୋଇ ପଡ଼ିବାରୁ ପାଖ ଜଙ୍ଗଲରୁ ବନ୍ୟଜନ୍ତୁ ଗାଁ ଭିତରକୁ ପଶି ଆସୁଛନ୍ତି।

ରାତିହେଲେ ଗ୍ରାମରେ ତାଟିକବାଟ ପଡ଼ିଯାଉଛି। ଅନ୍ୟପକ୍ଷରେ ଅନ୍ଧାର ପାଇଁ ଗ୍ରାମରେ ଚୋରି ଭୟ ବଢ଼ିଯାଇଛି। ଗ୍ରାମରେ ଅଧିକ ଆଦିବାସୀ ଓ ଦଳିତ ଲୋକ ବାସ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ କିଛିକିଛି ବାକିଆ ଅର୍ଥ ଜମା କରିସାରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଏଯାଏ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ ବୈଠକରେ ଗ୍ରାମବାସୀ ଏନେଇ ଆଲୋଚନା କରିବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe