୪ ଦିନ ହେଲା ମିଳୁନି ମଧ୍ୟାହ୍ନଭୋଜନ

Advertisment
୪ ଦିନ ହେଲା ମିଳୁନି ମଧ୍ୟାହ୍ନଭୋଜନ

Pragativadi

ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଭବାନୀପୁର ପଞ୍ଚାୟତ ଭୁବନ ଗ୍ରାମସ୍ଥିତ ଜଗନ୍ନାଥ ନୋଡାଲ୍ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୪ ଦିନ ହେଲା ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉନଥିବାରୁ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଭୋକରେ ଘରକୁ ଫେରୁଛନ୍ତି। ଖେଳଛୁଟିରେ ଖାଇବା ପାଇଁ ଘରକୁ ଆସି ପିଲାମାନେ ଆଉ ସ୍କୁଲ୍‌କୁ ଯାଉନାହାନ୍ତି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ବିଦ୍ୟାଳୟର ୮ଟି ଶ୍ରେଣୀରେ ମୋଟ ୧୮୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

ଦାୟିତ୍ବରେ ଥିବା ଚାଉଳ ଯୋଗାଣକାରୀ ସଂସ୍ଥା ଚାଉଳ ଯୋଗାଇ ପାରୁନଥିବାରୁ କେତେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ସମ୍ଭବ ହେଉନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ କିଛିଦିନ ହେଲା ଅଙ୍ଗନବାଡ଼ି କେନ୍ଦ୍ରରୁ ଚାଉଳ ଧାର ଆଣି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଇଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ ଶେଷ ହୋଇଯିବାରୁ ଗତ ୧ ତାରିଖ ଠାରୁ ସ୍କୁଲରେ ରୋଷେଇ ବନ୍ଦ ହୋଇଛି। ଅନ୍ୟ କେତେକ ସ୍କୁଲ୍‌ରେ ମଧ୍ୟ ସମାନ ଅବସ୍ଥା। କେବେ ଚାଉଳ ଆସିବ ଏବଂ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ ସେ ଉତ୍ତର କାହାପାଖରୁ ମିଳୁନାହିଁ। ଚାଉଳ ଅଭାବରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ପାରୁନଥିବା ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଶାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe