ହଜିଯାଉଛି ନବବର୍ଷ ଅଭିନନ୍ଦନ ପତ୍ର            

Advertisment
ହଜିଯାଉଛି ନବବର୍ଷ ଅଭିନନ୍ଦନ ପତ୍ର            

YouTube

ଦେବଗଡ: ୪ ଦିନ ପରେ ନୂଆ ବର୍ଷ। ପୂର୍ବରୁ ଯୁବ ପିଢ଼ିଠାରୁ ଆରମ୍ଭ କରି ସମସ୍ତେ ଗ୍ରିଟିଙ୍ଗ୍ସ କାର୍ଡ ମାଧ୍ୟମରେ ଦୂରରେ ଥିବା ବନ୍ଧୁ ତଥା ପରିବାର ଲୋକଙ୍କୁ ନୂତନ ବର୍ଷର ଶୁଭେଛା ଜଣାଉଥିଲେ। ନବବର୍ଷ ଅଭିନନ୍ଦନ ପତ୍ର ସେତେବେଳେ ନବବର୍ଷ ଶୁଭେଛା ପ୍ରଦାନ କରିବାର ମୁଖ୍ୟ ମାଧ୍ୟମ ରହିଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ସୋସିଆଲ ମିଡିଆ ସମସ୍ତଙ୍କୁ କିମିଆ କରିଛି। ଯାହା ଫଳରେ ଅଭିନନ୍ଦନ ପତ୍ର ଏକ ପ୍ରକାର ତାର ଅସ୍ତିତ୍ବ ହରାଇ ବସିଛି। ସାମାଜିକ ଗଣମାଧ୍ୟମ ମନର ଭାବନା ପ୍ରକାଶ କରିବାର ସହଜ ମାଧ୍ୟମ ହୋଇଥିବାରୁ ସମସ୍ତେ ଏହାକୁ ଆ‌ପଣେଇଛନ୍ତି। ଦିନ ଥିଲା ନୂଆବର୍ଷ ଶୁଭଛୋ ଜଣାଇବାକୁ ବିଭିନ୍ନ ଡିଜାଇନର ଅଭିନନ୍ଦନ ପତ୍ର ପ୍ରସ୍ତୁତ ହେଉଥିଲା।

ଅଭିନନ୍ଦନ ପତ୍ରରେ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀଙ୍କ ଫଟୋଠାରୁ ଆରମ୍ଭ କରି କ୍ରିକେଟ ତାରକାଙ୍କ ଫଟୋ ମଧ୍ୟ ସ୍ଥାନ ପାଉଥିଲା। ସେହିପରି ବିଭିନ୍ନ ଫୁଲର ଚିତ୍ର ଥାଇ ଅଭିନନ୍ଦନ ପତ୍ରରେ ବିଭିନ୍ନ ବାର୍ତ୍ତା ମଧ୍ୟ ରହୁଥିଲା। କିନ୍ତୁ  ସାମାଜିକ ଗଣମାଧ୍ୟମର ବହୁଳ ପ୍ରଭାବରେ ଅଭିନନ୍ଦନପତ୍ରର ଯୁଗ ହଜିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ‌ନାହଁ। ସହରରେ ଆଗ ଭଳି ଆଉ କାର୍ଡ ବିକ୍ରି ହେଉନଥିବା ଯୋଗୁଁ ଚଳିତ ବର୍ଷ ଗୋଟିଏ ବି ଗ୍ରିଟିଙ୍ଗ୍‌ସ କାର୍ଡ ଦୋକାନ ଖୋଲି ନଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe