ଏବେ ଶୀତଳାପଲ୍ଲୀରେ ରେଳ ୱାଗନ୍‌ କାରଖାନା ହେବାର ପ୍ରସ୍ତାବ ନାହିଁ: ଅଶ୍ବିନୀ ବୈଷ୍ଣବ

Advertisment
ଏବେ ଶୀତଳାପଲ୍ଲୀରେ ରେଳ ୱାଗନ୍‌ କାରଖାନା ହେବାର ପ୍ରସ୍ତାବ ନାହିଁ: ଅଶ୍ବିନୀ ବୈଷ୍ଣବ

Image Courtesy of Business India

ନୂଆଦିଲ୍ଲୀ: ଦେଶରେ ଯଥେଷ୍ଟ ସଂଖ୍ୟକ ରେଳ ୱାଗନ୍‌ ନିର୍ମାଣ କାରଖାନା  ଥିବାରୁ ଏବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଶୀତଳାପଲ୍ଲୀରେ ୱାଗନ୍‌ ନିର୍ମାଣ କାରଖାନା ବସାଇବାର ପ୍ରସ୍ତାବ ନାହିଁ ବୋଲି ଆଜି କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ୍‌ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଶୀତଳାପଲ୍ଲୀରେ ରାଜ୍ୟ ସରକାର ଚିହ୍ନଟ କରିଥିବା ଜମିରେ ୱାଗନ୍‌ ନିର୍ମାଣ କାରଖାନା ବସାଇବାର ଯୋଜନା ଅଛି କି, ନାହିଁ ବୋଲି ସାଂସଦ ଅଚ୍ୟୁତ ସାମନ୍ତ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ରେଳ ମନ୍ତ୍ରୀ ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛନ୍ତି।

କୋଭିଡ୍‌ ପରବର୍ତ୍ତୀ ଚାହିଦା ଆଧାରରେ ସରକାର ଓଡ଼ିଶାରେ କୋଚ୍‌ ନିର୍ମାଣ କାରଖାନା ନିର୍ମାଣ କରିବା ପାଇଁ ବିଚାର କରିବେ କି ବୋଲି ସାମନ୍ତ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ରେଳବାଇର ସାମଗ୍ରିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯାଇ କୋଚ୍‌ ନିର୍ମାଣ କାରଖାନା ସ୍ଥାପନ କରାଯାଏ। ଦେଶରେ ଏବେ ଥିବା କୋଚ୍‌ ନିର୍ମାଣ କାରଖାନାର ସାମର୍ଥ୍ୟ ଯଥେଷ୍ଟ ରହିଛି।

ନିକଟରେ ଏ ସଂକ୍ରାନ୍ତରେ ସମୀକ୍ଷା ମଧ୍ୟ କରାଯାଇଥିଲା। ଭବିଷ୍ୟତରେ ଆବଶ୍ୟକ ପଡ଼ିବାର ସମ୍ଭାବନା ପ୍ରତି ଦୃଷ୍ଟି ଦେଇ ତତ୍‌କ୍ଷଣାତ୍‌ ନୂଆ କାରଖାନା ବସାଇବା ଯୁକ୍ତିଯୁକ୍ତ ନୁହେଁ ବୋଲି ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe