ଓଡ଼ିଶା ପାଇଁ କୋଭିଡର ବିପଦ ନାହିଁ

ଆଇସିଏମ୍‌ଆର୍‌ ମାର୍ଗଦର୍ଶିକାରେ ଦ୍ବିତୀୟ ବୁଷ୍ଟର ଡୋଜ୍ ପ୍ରାବଧାନ ନାହିଁ

ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ

TV9 Bharatvarsh

ଭୁବନେଶ୍ବର : ଭାରତ କିମ୍ବା ଓଡ଼ିଶା ପାଇଁ ଏବେ କୋଭିଡର ବିପଦ ନାହିଁ। ତଥାପି ସଜାଗ ରହିବାକୁ ପଡ଼ିବ। ମାସ୍କ, ହାତ ସଫା ରଖିବା ସହିତ ବୁଷ୍ଟର ଡୋଜ୍ ନେଇ ନ ଥିବା ଲୋକ ଏହାକୁ ନେଇଯିବା ଦରକାର। ଏବେ ଦ୍ବିତୀୟ ବୁଷ୍ଟର ଡୋଜ୍‌କୁ ନେଇ ଚର୍ଚା ଚାଲିଛି। ଆଇସିଏମ୍‌ଆର୍‌ ମାର୍ଗଦର୍ଶିକାରେ ଦ୍ବିତୀୟ ବୁଷ୍ଟର ଡୋଜ୍ ପ୍ରାବଧାନ ନାହିଁ। ତେବେ ମଧୁମେହ, ହୃଦରୋଗ, ସିଓପିଡି, କିଡ୍‌ନି ଓ ଏଚ୍‌ଆଇଭି ଆକ୍ରାନ୍ତ ଲୋକ ଦ୍ବିତୀୟ ବୁଷ୍ଟର ଡୋଜ୍ ଆବଶ୍ୟକ ହୋଇପାରେ।

ପ୍ରଥମ ବୁଷ୍ଟର ଡୋଜ୍‌ର ୪ମାସ ପରେ ଏହା ନେଇପାରିବେ ବୋଲି ବିଶ୍ବସ୍ତରରେ ବୈଜ୍ଞାନିକମାନେ ଗୁରୁତ୍ବ ଦେଉଥିବା କହିଛନ୍ତି ପ୍ରଫେସର ଡା. ଜୟନ୍ତ ପଣ୍ଡା।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍ ବୁଲେଟିନ୍‌ରେ କୁହାଯାଇଛି ଯେ ବିଶ୍ବରେ ୩-୫ଲକ୍ଷ ଲୋକ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦେଶରେ ୧୮୫ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ୬ହଜାରରୁ ଅଧିକ ନମୁନା ପରୀକ୍ଷାରୁ ଜଣେ କିମ୍ବା ଦୁଇ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଦେଶରେ କୋଭିଡ ପରିଚାଳନା ଭଲ ରହିଛି। ଚୀନ୍‌ରେ ଦିଆଯାଇଥିବା ଟିକା ପ୍ରଭାବୀ ହେଉନାହିଁ। ଏପରିକି ଚୀନ୍ ଟିକା ବ୍ୟବହାର କରିଥିବା ଦେଶ ଏଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ମାତ୍ର ଆମେରିକାରେ ସ୍ଥିତି ଭିନ୍ନ ରହିଛି। ସେଠାରେ ବୟସ୍କ ଲୋକମାନଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଛି।

ଦେଶରେ ଦିଆଯାଇଥିବା କୋଭିସିଲ୍‌ଡ ଓ କୋଭାକ୍ସିନ୍ ଟିକା ବେଶ୍ ପ୍ରଭାବୀ ହୋଇଛି। ଦେଶରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ବା ହାଇବ୍ରିଡ୍‌ ଇମ୍ୟୁନିଟି ବଢ଼ିଛି। ଓମିକ୍ରନ୍‌ର ଦୁଇଟି ପ୍ରଜାତି ବିଏଫ.୭, ଏକ୍ସବିବି ୧.୫ ଯୋଗୁଁ ୧୦-୧୫ଟି ବିଦେଶରେ ସଂକ୍ରମଣ ବଢ଼ି ଚାଲିଛି। ଏସବୁ ଦେଶରୁ ଯେଉଁମାନେ ଭାରତକୁ ଆସୁଛନ୍ତି ସେମାନଙ୍କୁ ସତର୍କ ରହିବାକୁ କୁହାଯାଉଥିବା ଡା. ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe