ଗାଁକୁ ନାହିଁ ରାସ୍ତା, ପଶି ପାରିଲାନି ଆମ୍ବୁଲାନ୍ସ: ୩ କିମି ଖଟିଆରେ ମୃତଦେହକୁ ବୋହିଲେ ଗ୍ରାମବାସୀ

ଗାଁକୁ ଆମ୍ବୁଲାନ୍ସ ପଶି ପାରିଲାନି। ଗାଁଠାରୁ ପ୍ରାୟ ୩ କିମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଲା । ଫଳରେ ଏକ ଖଟିଆରେ ଭାରାକରି ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ପଶି ମୃତଦେହକୁ ଗ୍ରାମବାସୀ ନେଇଛନ୍ତି ...

There is no road to the village, ambulance could not enter: Villagers carried the body on a stretcher for 3 km

There is no road to the village, ambulance could not enter: Villagers carried the body on a stretcher for 3 km Photograph: (sambad.in)

ଦଶପଲ୍ଲା: ଗାଁକୁ ଆମ୍ବୁଲାନ୍ସ ପଶି ପାରିଲାନି। ଗାଁଠାରୁ ପ୍ରାୟ ୩ କିମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଲା । ଫଳରେ ଏକ ଖଟିଆରେ ଭାରାକରି ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ପଶି ମୃତଦେହକୁ ଗ୍ରାମବାସୀ ନେଇଛନ୍ତି ।

ଦଶପଲ୍ଲା ବ୍ଲକର ସୀମାନ୍ତ ଆଦିବାସୀ ବହୁଳ ନୂଆଗାଁ ପଞ୍ଚାୟତର ଦଦରା ଗ୍ରାମରେ ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାନ୍ଦ ବୋବାଳିରେ ରାସ୍ତା ଫାଟି ପଡୁଥିବା ବେଳେ ଶବକୁ କାଦୁଅରେ ପଶି ଭାରାକରି  ଗ୍ରାମବାସୀ ନେଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କବିନ୍ଦ୍ର ବେହେରାଙ୍କ ପତ୍ନୀ ତ୍ରିପୁରା ବେହେରା(୩୫)ଙ୍କ ଗତ କିଛିଦିନ ହେଲା ଦେହ ଅସୁସ୍ଥ ଥିଲା। ପରିବାର ଲୋକ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ହେଲେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ଗାଁକୁ ମୃତଦେହ ଆଣିଥିଲେ। ହେଲେ ନୂଆଗାଁ ଠାରୁ ଆଉ ଗାଡ଼ି ଆଗକୁ ଯାଇପାରି ନଥିଲା। 

ଶେଷରେ ଗାଁ ଲୋକେ ଏକ ଖଟିଆରେ ଭାରାକରି ମୃତଦେହକୁ କାଦୁଅରେ ପଶି ଗାଁକୁ ନେଇଥିଲେ। ଦେଶ ସ୍ବାଧୀନତା ହେବାକୁ ୭୯ ବର୍ଷ ହୋଇଥିବା ବେଳେ ସରକାରଙ୍କ ମାଳମାଳ ଯୋଜନା ସତ୍ତ୍ବେ ଗାଁକୁ ରାସ୍ତା ନିର୍ମାଣ ହୋଇ ପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଉପରେ ଦଦରା, କାଣିପୋଖରୀ, ଧୁନ୍ଦୁଗାଡ଼ିଆ, ବଡ଼ ଶିଖରପଙ୍ଗା ଓ ପୁଟୁଙ୍ଗି ଆଦି ଗ୍ରାମବାସୀ ନିର୍ଭରଶୀଳ ଥିବାବେଳେ ବର୍ଷାହେଲେ ଯାତାୟାତ ନିମନ୍ତେ  ରାସ୍ତାରେ ଥିବା ଆଣ୍ଠୁଏ କାଦୁଅ ବାଟ ଓଗାଳୁଛି।

Nayagarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe