ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ନାହିଁ:ଶୁଭାଶିଷ ଖୁଣ୍ଟିଆ

ନବ ନିଯୁକ୍ତ ଛାତ୍ର ଓ ଯୁବ ବିଜେଡି ସଭାପତି ନବୀନ ନିବାସରେ। ଆଜି ବିରୋଧୀଙ୍କ ମେଳି ପରେ ଏଭଳି ବୈଠକ ବେଶ ଗୁରୁତ୍ବ ବହନ କରୁଛି। ବୈଠକରେ ନବୀନଙ୍କ ଉପସ୍ଥିତିରେ ବିଜେଡିର ପଦାଧିକାରୀ ଉପସ୍ଥିତ ରହିଥିଲେ...

There is no communal tension in BJD: Subhashish Khuntia

There is no communal tension in BJD: Subhashish Khuntia Photograph: (sambad.in)

ଭୁବନେଶ୍ବର: ନବ ନିଯୁକ୍ତ ଛାତ୍ର ଓ ଯୁବ ବିଜେଡି ସଭାପତି ନବୀନ ନିବାସରେ। ଆଜି ବିରୋଧୀଙ୍କ ମେଳି ପରେ ଏଭଳି ବୈଠକ ବେଶ ଗୁରୁତ୍ବ ବହନ କରୁଛି। ବୈଠକରେ ନବୀନଙ୍କ ଉପସ୍ଥିତିରେ ବିଜେଡିର ପଦାଧିକାରୀ ଉପସ୍ଥିତ ରହିଥିଲେ। ଉଭୟ ସଭାପତିଙ୍କୁ ସଂଗଠନ ବିରୋଧ କରିବାର କାରଣ ତାକୁ ନେଇ ଆଲୋଚନା ହୋଇଛି। ଅନ୍ୟପଟେ ବିଜେଡିର ନେତା ଏକ। ନବୀନଙ୍କ ନିଷ୍ପତ୍ତିକୁ ବିରୋଧ ନୁହେଁ। ଦଳରେ ଗୋଷ୍ଠୀ କନ୍ଦଳ ନଥିବା କହିଛନ୍ତି ଶୁଭାଶିଷ ଖୁଣ୍ଟିଆ।

ଯୁବ ଛାତ୍ର ବୈଠକ ପରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଚରମ ବାଣୀ ଶୁଣାଇ ବୈଠକ ପରେ ପ୍ରତିକ୍ରିୟା ରଖି ଯୁବ ବ୍ୟାପାର ସଧାରଣ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ବସ୍ ଇଜ୍ ଅଲୱେଜ୍ ରାଇଟ୍। ଦଳରେ କିଛି ଅସନ୍ତୋଷ ନାହିଁ ।

ଆମର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିଛନ୍ତି ଓ ମାନିବେ । ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଭିତରେ ରହି ସମସ୍ତେ ଆଗକୁ କାମ କରିବେ । ବିଜୁ ଜନତା ଦଳରେ କିଛି ଗୋଷ୍ଠୀ ନାହିଁ । ବିଜେଡିରେ ନେତା ଜଣେ ସେ ହେଉଛନ୍ତି ନବୀନ ପଟ୍ଟନାୟକ।  ତୃଣମୂଳ ସ୍ତରରେ ଯୁବ ଛାତ୍ର ସଂଗଠନକୁ ଅଧିକ ମଜଭୁଥ କରିବା ପାଇଁ ସେ ସଭାପତି ଚୟନ କରିଛନ୍ତି । ଗୋଟେ କମିଟି ବି ତିଆରି କରାଯାଇଛି । ତୃଣମୂଳ ସ୍ତରରେ ସମସ୍ତେ ଏକଜୁଟ ହୋଇ କାମ କରିବେ । 

subhasish khuntia | Naveen Pattnaik | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe