ହୀରାକୁଦ ଜଳଭଣ୍ଡାରରେ ଜଳ ନାହିଁ

Advertisment
ହୀରାକୁଦ ଜଳଭଣ୍ଡାରରେ ଜଳ ନାହିଁ

ସମ୍ବଲପୁର: ରାଜ୍ୟରେ ନିଆଣ୍ଟିଆ ବର୍ଷା ହୋଇଛି। ମୁଖ୍ୟତଃ ଛତିଶଗଡ଼ ଉପରେ ନିର୍ଭର କରୁଥିବା ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ବର୍ଷା ଅଭାବର ପ୍ରଭାବ ପଡ଼ିଛି। ଗତ ବର୍ଷ ତୁଳନାରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୩.୮୭ ଫୁଟ୍ କମ୍ ପାଣି ରହିଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୧.୧୦ ଫୁଟ୍‌ରେ ପହଂଚିଛି। ଗତବର୍ଷ ଆଜିର ତାରିଖରେ ଅର୍ଥାତ୍‌ ୯ ଜୁଲାଇରେ ଜଳଭଣ୍ଡାରର ଜଳସ୍ତର ୬୦୪.୯୭ ଫୁଟ୍‌ ରହିଥିଲା। ଅର୍ଥାତ୍‌, ଗତବର୍ଷ ତୁଳନାରେ ଏହାର ଜଳସ୍ତର ୩.୮୭ ଫୁଟ୍ କମ୍ ରହିଛି। ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ ଦ୍ବାରା ରୁଲ୍‌ କର୍ଭ ଅନୁସାରେ ଜୁଲାଇ ମାସରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫ରୁ ୬୧୦ ଫୁଟ୍ ମଧ୍ୟରେ ରଖାଯିବା କଥା। ଓଡ଼ିଶାର ଜୀବନରେଖା ମହାନଦୀରେ ଏବେ ଜଳ ପ୍ରବାହ କମ୍ ରହିବା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ ଆଶାନୁରୂପ ବୃଦ୍ଧି ଘଟୁନାହିଁ। ଛତିଶଗଡ଼ ସରକାର ଓଡ଼ିଶାର ସୀମାନ୍ତରେ ଥିବା ନିଜ କଲ୍‌ମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲା ଦେଇଛନ୍ତି। ଏସବୁ ସତ୍ତ୍ବେ ଉପର ମୁଣ୍ଡରେ ଯେତିକି ବର୍ଷା ହେବା କଥା, ସେତିକି ବର୍ଷା ହେଉନଥିବାରୁ ଜଳଭଣ୍ଡାରରଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାର କ୍ୟାଚ‌୍‌ମେଣ୍ଟ ଅଂଚଳ ୮୩୪ ବର୍ଗକ‌ିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିବା ବେଳେ ଏହାର ୯୦ ପ୍ରତିଶତ ଅଂଚଳ ଛତିଶଗଡ଼ରେ ରହିଛି। ଉପର ମୁଣ୍ଡ‌ରେ ଭଲ ବର୍ଷା ହେଲେ ଶୁଖିଲା ପଡ଼ିଥିବା ମହାନଦୀ ଫୁଲି ଉଠିବା ସହିତ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଘଟିଥାଏ। ହୀରାକୁଦ ଜଳଭଣ୍ଡାର ଅଂଚଳରେ ବହୁ ଅଂଚଳ ଏବେ ଶୁଖିଲା ପଡ଼ିଛି। ଜଳଭଣ୍ଡାର ଅନେକ ଅଂଚଳରେ ଗାଈଗୋରୁ ଚରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଆଜି ସନ୍ଧ୍ୟାରେ ଜଳଭଣ୍ଡାରକୁ ୧୮,୨୬୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୪,୦୯୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ବୁର୍ଲା ଶକ୍ତି କେନ୍ଦ୍ର ୧୯,୮୫୨ କ୍ୟୁସେକ୍ ପାଣି ଟାଣୁଥିବା ବେଳେ ଜଳ‌‌ସେଚନ ନିମନ୍ତେ ବରଗଡ଼ କେନାଲରେ ୨୯୫୦ କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୯୫ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe