ମିଳୁନି ମୁନ୍ଦେ ପାଣି: ହାଣ୍ଡି-ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକେ

ମିଳୁନି ମୁନ୍ଦେ ପାଣି: ହାଣ୍ଡି-ମାଠିଆ ରଖି ରାସ୍ତା ଅବରୋଧ କଲେ ଲୋକେ

କନ୍ଧମାଳ: ପ୍ରବଳ ଖରାକୁ ମୁନ୍ଦେ ପାଣି ପାଇଁ ଖଜୁରୀପଡ଼ା ବ୍ଲକ ସୁଡ୍ରୁକୁମ୍ପା ଉପର ସାହି ବାସିନ୍ଦାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ
ସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମୁନ୍ଦେ ପାଣି ପାଇଁ ସେମାନେ କଲବଲ ହେଉଛନ୍ତି। କୂଅ, ନଳକୂଅରୁ ପାଣି ଶୁଖିଗଲାଣି, ପାଣି ପାଇପ୍ ପଡିଛି କିନ୍ତୁ ଜଳ ଯୋଗାଣ ହେଉନାହିଁ।

ଏନେଇ ସ୍ଥାନୀୟ ସରପଞ୍ଚ, ବିଡିଓଙ୍କ ପାଖରେ ଦୀର୍ଘଦିନ ଧରି ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନି। ଶେଷରେ ବାଧ୍ୟ ହୋଇ ଲୋକ‌େ ରାସ୍ତା କରିଛନ୍ତି। ଶତାଧିକ ଗ୍ରାମବାସୀ ଫୁଲବାଣୀ-ବୌଦ୍ଧ ଜାତୀୟ ରାଜପଥ ଉପରେ ହାଣ୍ଡି, ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଶତାଧିକ ଗାଡି ମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି। ଘଟଣା ସ୍ଥଳରେ ସୁଡ୍ରୁକୁମ୍ପା ଫାଣ୍ଡି ଅଧିକାରୀ ଏବଂ ଖଜୁରୀପଡ଼ା ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe