ହୋଇପାରେ ଛାତ୍ର ସଂସଦ ନିର୍ବାଚନ: ପାଗ ଭିଡ଼ିଲେଣି ଛାମୁଆ ସଙ୍ଗଠନ

Advertisment

ଅଢ଼େଇ ଲକ୍ଷ ସଦସ୍ୟ ସଂଗ୍ରହ ଅଭିଯାନରେ ଏବିଭିପି

ଅଢ଼େଇ ଲକ୍ଷ ସଦସ୍ୟ ସଂଗ୍ରହ ଅଭିଯାନରେ ଏବିଭିପି

ହୋଇପାରେ ଛାତ୍ର ସଂସଦ ନିର୍ବାଚନ: ପାଗ ଭିଡ଼ିଲେଣି ଛାମୁଆ ସଙ୍ଗଠନ

Kellogg Insight

ଭୁବନେଶ୍ୱର: ଅକ୍ଟୋବରରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇନଥିଲେ ହେଁ, ରାଜ୍ୟର ୩ଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଇତିମଧ୍ୟରେ କ୍ୟାମ୍ପସରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ସେପଟେ ବିଜେଡି ଛାତ୍ର ସଙ୍ଗଠନକୁ ଇତିମଧ୍ୟରେ ଭାଙ୍ଗି ଦିଆଯାଇଛି। ଜୁଲାଇ ଶେଷ କିମ୍ବା ଅଗଷ୍ଟ ଭିତରେ ସଙ୍ଗଠନ ନୂଆ ନେତୃତ୍ବରେ ମଇଦାନକୁ ଓହ୍ଲାଇପାରେ। ଛାତ୍ର କଂଗ୍ରେସରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନାହିଁ। ମାତ୍ର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରୁଛି ଛାତ୍ର କଂଗ୍ରେସ।

ଓଡ଼ିଶାରେ ନୂଆ ସରକାର ଗଠନ ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଧିକ ସକ୍ରିୟ ହୋଇପଡ଼ିଛି। ପ୍ରତି ଶିକ୍ଷାବର୍ଷ ପରି ଏଥର ମଧ୍ୟ ସଦସ୍ୟତା ଅଭିଯାନ ଆରମ୍ଭ କରି ଓଡ଼ିଶାର ୨ଲକ୍ଷ ୫୦ହଜାର ଛାତ୍ରଛାତ୍ରୀଙ୍କୁ ସଙ୍ଗଠନ ସହ ଯୋଡ଼ିବାକୁ ଲକ୍ଷ୍ୟ ନେଇଛି। ପ୍ରତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ନୂତନ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଞ୍ଚି ସଦସ୍ୟତା ଆରମ୍ଭ କରିସାରିଲାଣି। ଆସନ୍ତା ୧୮ତାରିଖରୁ ଅଗଷ୍ଟ୧୦ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ୬ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି। କଲେଜରେ ଅଧ୍ୟାପକ ଅଭାବ ପରିଲକ୍ଷିତ ହେଉଛି। ଏଣୁ କ୍ୟାମ୍ପସରେ ନଷ୍ଟ ହୋଇଥିବା ଶୈକ୍ଷିକ ବାତାବରଣକୁ ପ୍ରସଙ୍ଗ କରିବ ଏବିଭିପି।

ଅଢ଼େଇ ଲକ୍ଷ ସଦସ୍ୟ ସଂଗ୍ରହ ଅଭିଯାନରେ ଏବିଭିପି
ନୂଆ ନେତୃତ୍ବ ଅପେକ୍ଷାରେ ବିଜୁ ଛାତ୍ର ଜନତା ଦଳ
ସଭାପତିଙ୍କ ପରାଜୟ ପରେ ଘର ସଜାଡୁଛି ଛାତ୍ର କଂଗ୍ରେସ

ରାଜ୍ୟ ସମ୍ପାଦକ ଅରିଜିତ୍‌ ପଟ୍ଟନାୟକ କହିଛନ୍ତି ଯେ ଏବିଭିପି ପ୍ରତି କ୍ୟାମ୍ପସରେ ହେଲ୍‌ପ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିସାରିଲାଣି। ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି। ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ରହିଛି। ନୂତନ ସରକାର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନର ବାଟ ଖୋଲିବେ ବୋଲି ଆଶାବାଦୀ ରହିଥିବା ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସମେତ ରାଜ୍ୟ ଗଣମାଧ୍ୟମ ସଂଯୋଜକ ବିଶ୍ୱଜିତ ପାତ୍ର, କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ ଦୀପ୍ତିମୟୀ ପ୍ରତିହାରୀ, ଭୁବନେଶ୍ବର ମହାନଗର ସମ୍ପାଦକ ବିଶ୍ୱଜିତ ସାହୁ କହିଛନ୍ତି। ବିଜେଡି ବି ପଛରେ ନାହିଁ। ବିଜୁ ଜନତା ଦଳର ନେତୃବୃନ୍ଦ କ୍ୟାମ୍ପସଗୁଡ଼ିକ ପାଇଁ ଅଘୋଷିତ ନିର୍ଦ୍ଦେଶ ଦେଇଛନ୍ତି। ସଙ୍ଗଠନର ଛାତ୍ରନେତାମାନେ ଯେଉଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଦାୟିତ୍ବ ବାଝୁଥିଲେ ସେମାନେ ପୂର୍ବଭଳି ନିଜର କାର୍ଯ୍ୟକ୍ରମ ଜାରି ରଖିବେ। ଆଗକୁ ନାମଲେଖା ଋତୁ ଆସୁଥିବାରୁ ସେମାନେ କ୍ୟାମ୍ପସରେ କ୍ୟାମ୍ପ ଖୋଲି ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe