ଧାନ କିଆରି ଓ ଖଳାରେ ଲାଗିଲା ନିଆଁ

ଧାନ କିଆରି ଓ ଖଳାରେ ଲାଗିଲା ନିଆଁ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଖରଇମାଲ ଗ୍ରାମରେ ଏକ ଜମି ଓ ଖଲାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଖଇରମାଳ ଗ୍ରାମର ପଦ୍ମଲୋଚନ ବିଶିଙ୍କ ୩ ଏକର ଧାନଚାଷ ଅମଳ ଅପେକ୍ଷାରେ ଥିବା ବେଳେ କିଛିଧାନ ଅମଳ ହୋଇ ଖଲାରେ ଥିଲା। ପଦ୍ମଲୋଚନଙ୍କ ଖଲା ନିକଟରେ ଅନ୍ୟ ଜଣେ ଚାଷୀ ତାଙ୍କ ଖଲା ସଫା କରିବା ସହ ନିକଟରେ ଥିବା ଆବର୍ଜନାରେ ନିଆଁ ଲଗାଇଥିଲେ।

କିଛି ସମୟ ପରେ ପଦ୍ମଲୋଚନଙ୍କ ଖଲା ଓ ଜମିରେ ନିଆଁ ଲାଗିଥିବା ଦେଖି ଲୋକେ ବୀରମହାରାଜପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଖଲାରେ ଥିବା ଗଚ୍ଛିତ ଧାନ ଓ ଜମିରେ ଥିବା ଧାନ ଫସଲ ପୋଡ଼ି ପାଉଁଶ ହୋଇଯାଇଥିଲା। ପଦ୍ମଲୋଚନଙ୍କୁ ସରକାରୀ ସହାୟତା ଯୋଗାଇ ​ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe