ନବବାବୁଙ୍କ ଚାଳିଆକୁ ନେଇ ସୋସିଆଲ୍ ମିଡିଆରେ ଝଡ଼

Advertisment

ସରକାରଙ୍କୁ ଘେରିଲେ ଜନତା, ନେତାଙ୍କୁ କଡ଼ା ସମାଲୋଚନା

ସରକାରଙ୍କୁ ଘେରିଲେ ଜନତା, ନେତାଙ୍କୁ କଡ଼ା ସମାଲୋଚନା

ନବବାବୁଙ୍କ ଚାଳିଆକୁ ନେଇ ସୋସିଆଲ୍ ମିଡିଆରେ ଝଡ଼

ଅନୁଗୁଳ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ଚାଳିଆ ଘର ପ୍ରସଙ୍ଗକୁ ନେଇ ସୋସିଆଲ୍ ମିଡିଆରେ ଉଠିଛି ଝଡ଼। ଏ ପ୍ରସଙ୍ଗକୁ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନୁଗୁଳର ସ୍ବାଧୀନଚେତା ଯୁବଗୋଷ୍ଠୀ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି। ସୁବ୍ରତ ପ୍ରଧାନ ନାମକ ଜଣେ ଯୁବକ ଲେଖିଛନ୍ତି, ନବବାବୁ ଥିଲେ, ଅସାଧାରଣ ସ୍ବାଭିମାନୀ ସନ୍ଥ। ଯିଏ ସାଧାରଣ ଲୋକଙ୍କ ସହ ମିଶି କାମ କରିବା ଶିଖିଥିଲେ। ଦୁର୍ନୀତିକୁ ବିରୋଧ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭଳି ରାଜ୍ୟର ସର୍ବକ୍ଷମତା ସମ୍ପନ୍ନ ପଦବିକୁ ବି ଠୋକର୍‌ ମାରି ଦେଇଥିଲେ। କିନ୍ତୁ, ପଦ ପଦବି ପାଇଁ ଲାଳାୟିତ ବର୍ତ୍ତମାନର ନେତା ଓ ଯୁବନେତା ସେହି ସାଲିସ୍‌ବିହୀନ ନେତାଙ୍କୁ ବୁଝିବେ କେମିତି?

ସେହିପରି ରଞ୍ଜନ ପାତ୍ର ବୋଲି ଜଣେ ଆଇନ୍‌ଜୀବୀ ଏ ପ୍ରକାର ଅବହେଳାକୁ ଅନୁଗୁଳ ପ୍ରତି ଅବହେଳା ବୋଲି ଦର୍ଶାଇଥିବା ବେଳେ ଆଉ ଜଣେ ଏଭଳି ଜଣେ ଋଷିପ୍ରତିମ ନେତାଙ୍କ ପ୍ରତି ଉଦାସୀନତାକୁ ଅତ୍ୟନ୍ତ ଲଜ୍ୟାଜନକ ଏବଂ ଦୁଃଖଦାୟକ ବୋଲି ଦର୍ଶାଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଉ କେହି ଆଉ ଦୁଇ ପାଦ ଆଗକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବବାବୁଙ୍କର ବାସଭବନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ତୁଳନା କରିଛନ୍ତି। ଦର୍ଶାଇଛନ୍ତି, ଏମିତି ଚାଳିଆଟିଏ ବିଜୁ ପଟ୍ଟନାୟକଙ୍କ ଥିଲେ, କଣ ଏମିତି ଅବହେଳିତ ହୋଇ ରହିଥାନ୍ତା?

ନବବାବୁ କେବଳ ଅନୁଗୁଳର ନୁହେଁ, ପୂରା ରାଜ୍ୟର ଜଣେ ଯେ ଜନନାୟକ, ଏକଥା କେହି ଅସ୍ବୀକାର କରିବେ ନାହିଁ। ବିଜୁ ବାବୁଙ୍କର ଆନନ୍ଦ ଭବନ ହେଉ ଅବା ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋର କଥା। ମହାପୁରୁଷଙ୍କର ଏହି ମହନୀୟ ଜନ୍ମସ୍ଥଳ ଏବଂ ବାସଭବନକୁ ସରକାର ବିକଶିତ କରିଛନ୍ତି। କିନ୍ତୁ, ଅନୁଗୁଳ ମାଟିରେ ଏପରି ଜଣେ ଯୋଗଜନ୍ମା ମହାପୁରୁଷଙ୍କର ସ୍ମୃତି ନିଶ୍ଚିହ୍ନ ହେବାକୁ ଯାଉଛି, ଅଥ ଅନୁଗୁଳ ଜିଲ୍ଲାର ବିଧାୟକଗଣ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ନାହାନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ସମାଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe