ଏସ୍‌ସିବିରେ ହେବ ହାର୍ଟ ପ୍ରତିରୋପଣ; ବାହାର ରାଜ୍ୟରେ ଖର୍ଚ୍ଚ ହେଉଥିଲା କୋଟିଏ, ଏଠି ମାଗଣା

Advertisment
ଏସ୍‌ସିବିରେ ହେବ ହାର୍ଟ ପ୍ରତିରୋପଣ; ବାହାର ରାଜ୍ୟରେ ଖର୍ଚ୍ଚ ହେଉଥିଲା କୋଟିଏ, ଏଠି ମାଗଣା

କଟକ : କଟକ ବଡ଼ଡାକ୍ତରଖାନାରେ ହେବ ହାର୍ଟ ପ୍ରତିରୋପଣ। ଏଥିପାଇଁ ଆଜି ସବୁଜ ସଙ୍କେତ ମିଳିଛି। ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ସିବି ଡିନ୍‌ ତଥା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏ ସଂପର୍କରେ ସୂଚିତ କରାଯାଇଛି। ୪ ବର୍ଷ ହେଲା ହାର୍ଟ ପ୍ରତିରୋପଣ ପାଇଁ ଯୋଜନା ଚାଲିଥିଲା। ବିଭିନ୍ନ ପର୍ଯ୍ୟାୟରେ ହାର୍ଟ ପ୍ରତ‌ିରୋପଣ ବ୍ୟବସ୍ଥା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ପଞ୍ଜୀକରଣ ବି କରିଥିଲେ। ଗତମାସରେ ଏକ ପ୍ରତିନିଧିମଣ୍ଡଳୀ ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିବା ସହିତ ଡିଏମ୍‌ଇଟିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଫଳରେ, ହାର୍ଟ ପ୍ରତିରୋପଣ ପାଇଁ ବାଟ ଫିଟିଛି।

ଏହା କାର୍ଯ୍ୟକାରୀ ହେଲେ, ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଏକ ନୂ୍ଆ ଅଧ୍ୟାୟ ଯୋଡ଼ିହେବ। ଏପର୍ଯ୍ୟନ୍ତ ରାଜ୍ୟରେ ହାର୍ଟ ପ୍ରତିରୋପଣ ବ୍ୟବସ୍ଥା ନାହିଁ। ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଛି ଏବଂ ଏଥିପାଇଁ ଅତିକମ୍‌ରେ କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏସ୍‌ସିବିରେ କିନ୍ତୁ ଏହି ସୁବିଧା ମାଗଣାରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe