ଚିଲିକା, ସାତକୋଶିଆ ପାଇଁ ହେବ ମାଷ୍ଟର୍‌ପ୍ଲାନ୍: ଖୁବ୍ ଶୀଘ୍ର ଚିଲିକାରେ ଭାସିବ ହାଉସ୍‌ ବୋଟ୍‌

Advertisment
ଚିଲିକା, ସାତକୋଶିଆ ପାଇଁ ହେବ ମାଷ୍ଟର୍‌ପ୍ଲାନ୍: ଖୁବ୍ ଶୀଘ୍ର ଚିଲିକାରେ ଭାସିବ ହାଉସ୍‌ ବୋଟ୍‌

Pinterest

ଭୁବନେଶ୍ୱର : ନୂଆ ରୂପ ନେବାକୁ ଯାଉଛି ଚିଲିକା ଓ ସାତକୋଶିଆ। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପର୍ଯ୍ୟଟନ ବିଭାଗ ଚିଲିକା ଓ ସାତକୋଶିଆର ମାଷ୍ଟରପ୍ଲାନ ପ୍ରସ୍ତୁତ ଆରମ୍ଭ କରିଛି। ବୁଧବାର ଦିନ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଓ ନିର୍ଦ୍ଦେଶକ ସଚିନ ଯାଦବ ଚିଲିକା ବରକୁଳ ପର୍ଯ୍ୟଟନ ଭବନରେ ସମୀକ୍ଷା କରିଛନ୍ତି। ଚିଲିକାରେ ଖୁବ୍‌ଶୀଘ୍ର ଏକ ‘ହାଉସ୍‌ ବୋଟ୍‌’ ହେବ ବୋଲି ଜଣାପଡ଼ିଛି। ଏଥି ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ ହୋଇଛି।

ମାଷ୍ଟରପ୍ଲାନ୍‌ରେ ପର୍ଯ୍ୟଟକଙ୍କୁ ଆକର୍ଷିତ ହାଉସ୍‌ ବୋଟ୍‌ ଭଳି ଏକାଧିକ ଯୋଜନା ରହିଛି। ବିଭିନ୍ନ ‘ଇକୋ ଫ୍ରେଣ୍ଡଲି’ ପ୍ରକଳ୍ପ ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ଇଣ୍ଟିଗ୍ରେଟେଡ୍ ମାଷ୍ଟରପ୍ଲାନଗୁଡିକ ଯାହା ବର୍ତ୍ତମାନ ଚୂଡ଼ାନ୍ତ ପ୍ରକ୍ରିୟାରେ ରହିଛି, ସେସବୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe