ସାଲୁଙ୍କି ନଦୀରେ ହେବ ଜଳ ସଂରକ୍ଷଣ ଡ୍ୟାମ ଓ ବିଦ୍ୟୁତ୍‌ ପ୍ରକଳ୍ପ

Advertisment
ସାଲୁଙ୍କି ନଦୀରେ ହେବ ଜଳ ସଂରକ୍ଷଣ ଡ୍ୟାମ ଓ ବିଦ୍ୟୁତ୍‌ ପ୍ରକଳ୍ପ

ବୌଦ୍ଧ: କେନ୍ଦ୍ର ଜଳସେଚନ ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ସାକ୍ଷାତ କରି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଗତମାସ ୧୫ ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାର ଜଳସେଚନ ବ୍ୟବସ୍ଥା ଉପସ୍ଥାପନ କରି ଜଳସେଚନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା।

ଫଳସ୍ବରୂପ ସାଲୁଙ୍କି ନଦୀରେ ଏକ ଜଳ ସଂରକ୍ଷଣ ଡ୍ୟାମ ସହ ଏକ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଶୁକ୍ରବାର ସିଡବ୍ଲୁସିର ମୁଖ୍ୟଯନ୍ତ୍ରୀ ଇଂ.ଏ.କେ. ପ୍ରଧାନଙ୍କ ନେତୃତ୍ବରେ ସିଡବ୍ଲୁସିର ଅତିରିକ୍ତ ନିର୍ଦ୍ଦେଶକ ଆର.ରାମ ପ୍ରସାଦ, ମେଗା ଉଠାଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏ.ରାମ ପ୍ରସାଦ ରାଓ ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି। ପରିଦର୍ଶନ ବେଳେ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ପ୍ରେମାନନ୍ଦ ମିଶ୍ର, ସୂର୍ଯ୍ୟ ନାରାୟଣ ମହାପାତ୍ର, ବିଶିକେସନ ପ୍ରଧାନ, ନବୀନ ପ୍ରଧାନ, ତାପସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe