‘ଆଗକୁ ଓଡ଼ିଆ ଭାଷା କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ଆସିବ’

Advertisment

ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତିନିଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ରୁଚିକର ଖାଦ୍ୟ ସମ୍ଭାରକୁ ନେଇ ଆକର୍ଷଣୀୟ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।

ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତିନିଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ରୁଚିକର ଖାଦ୍ୟ ସମ୍ଭାରକୁ ନେଇ ଆକର୍ଷଣୀୟ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।

fsfhfhfsh

ସାକ୍ଷୀଗୋପାଳ: ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ତିନିଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ରୁଚିକର ଖାଦ୍ୟ ସମ୍ଭାରକୁ ନେଇ ଆକର୍ଷଣୀୟ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଦ୍ୱିତୀୟ ଦିନରେ ପ୍ରଦୀପ କୁମାର ଦଳାଇଙ୍କ ତତ୍ତ୍ବାବଧାନରେ ବିଶ୍ୱବିଦ୍ୟାଳୟ ପରିସରରେ ସମୂହ ବୃକ୍ଷରୋପଣ କରାଯାଇଥିଲା। ଆଜି ଉଦ୍‌ଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଏଥିସହ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସତ୍ୟବାଦୀ ମାଟିର ମହତ୍ତ୍ୱ, ପଞ୍ଚସଖାଙ୍କ ସ୍ୱପ୍ନ ଓ ଓଡ଼ିଆଙ୍କ ଗରିମା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ଗୌରହରି ଦାସ ଯୋଗଦେଇ ଓଡ଼ିଶାରେ ଓଡ଼ିଆ ଭାଷାକୁ ନେଇ ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟ, ଭାଷା-ସାହିତ୍ୟର ସର୍ଜନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଡ. ଦାସ କହିଥିଲେ, କବୀର ଅନ୍ଧ ଥିଲେ ସତ, କିନ୍ତୁ ସେ ଭକ୍ତ ଓ ଭଗବାନଙ୍କ ସଂପର୍କର ମୂଲ୍ୟ ବୁଝିପାରିଥିଲେ। ଏଣୁ ସେ ନିୟମିତ ମନ୍ଦିର ଯାଉଥିଲେ। ଏକଦା କିଛି ଭକ୍ତ ତାଙ୍କୁ ପ୍ରଶ୍ନ କରିଥିଲେ, ଆପଣ ଭଗବାନଙ୍କୁ ତ ଦେଖି ପାରୁନାହାନ୍ତି, ତେବେ ମନ୍ଦିର କାହିଁକି ଆସୁଛନ୍ତି? ଏହାର ଉତ୍ତରରେ କବୀର କହିଥିଲେ, ମୁଁ ସିନା ଭଗବାନଙ୍କୁ ଦେଖିପାରୁନି, ଭଗବାନ ତ ମୋତେ ଦେଖିପାରୁଛନ୍ତି। ଏହା ଉପସ୍ଥିତ ଭକ୍ତଙ୍କୁ ବି ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ଏଣୁ ଭକ୍ତ ଭଗବାନଙ୍କୁ ଦର୍ଶନ କରି ଦେଲେ ହେବନି, ଅନ୍ତରରୁ ଶ୍ରଦ୍ଧା ଓ ଭକ୍ତିଭାବ ବି ରହିବା ଜରୁରୀ। ଏହି ଅବସରରେ ଭକ୍ତିଭାବକୁ ନେଇ ଶଙ୍ଖାରୀ-ପୂଜାରୀ ଗଳ୍ପକୁ ବି ଅତି ସୁନ୍ଦର ଭାବେ ଛାତ୍ରଛାତ୍ରୀଙ୍କ ଆଗରେ ଅବତାରଣା କରିଥିଲେ ଡ. ଦାସ। ଆଗକୁ ଓଡ଼ିଆ ଭାଷା କ୍ଷେତ୍ରରେ ଅନେକ ନିଯୁକ୍ତିର ସୁଯୋଗ ରହିଛି ବୋଲି ଡ. ଦାସ କହିଥିଲେ। 

ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଉତ୍ସବ 

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ. ଦାଶ ବେନହୁର ଯୋଗଦେଇ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ଓଡ଼ିଆ ଭାଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ, ପାଠ୍ୟକ୍ରମ ଏବଂ ଶିକ୍ଷଣ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଡ. ଦାଶରଥୀ ଦାସ, ଆଚାର୍ଯ୍ୟ ଭାବାନନ୍ଦ, ଡ. କୃଷ୍ଣଚନ୍ଦ୍ର ମିଶ୍ର, ପ୍ରଦୀପ କୁମାର ଦଳାଇଙ୍କୁ ଯଥାକ୍ରମେ: ଭାଷା, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ‘ପଞ୍ଚସଖା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିସହ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ବାଗତ ଭାଷଣ ଓ କୁଳସଚିବ ସୁଶ୍ରୀ ରଶ୍ମୀରେଖା ଦାସ ବିବରଣୀ ପାଠ କରିଥିଲେ। ତିନିଦିନବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଶାସନିକ କର୍ମଚାରୀ, ବିଭାଗୀୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ନାରାୟଣ ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe