ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ: ସ୍ୱାସ୍ଥ୍ୟ ମନ୍ତ୍ରୀ

Advertisment

ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ହେବ। ଖୁବ୍‌ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଗୁରୁବାର ୧୦୦ ଦିନ ପୂରଣ ହେଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପରି ଘୋଷଣା କରିଛନ୍ତି...

ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ହେବ। ଖୁବ୍‌ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଗୁରୁବାର ୧୦୦ ଦିନ ପୂରଣ ହେଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପରି ଘୋଷଣା କରିଛନ୍ତି...

Mukesh Mahaling

ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ  ମେଡିକାଲ କଲେଜ ହେବ। ଖୁବ୍‌ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବା ସହିତ କାମ ଆରମ୍ଭ ହେବ । ରାଜ୍ୟରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଗୁରୁବାର ୧୦୦ ଦିନ ପୂରଣ ହେଊଥିବା ବେଳେ  ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏପରି ଘୋଷଣା କରିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି। ତାହା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହା ସହିତ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ମେଡିକାଲ କଲେଜ ନିର୍ମାଣ ହେବ।

ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କୀତ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛି। ମେଡିକାଲ କଲେଜ ନିର୍ମାଣ ସହ ଅଧ୍ୟାପକ ନିଯୁକ୍ତି ଉପରେ ବି ଗୁରୁତ୍ୱାରୋପ କରାଯାଉଛି। ଆମ ରାଜ୍ୟବାସୀ ଯେପରି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପ୍ରତି ସରକାର ଯତ୍ନବାନ ଓ ସଚେତନ ଅଛନ୍ତି।  ଏନେଇ କାମ  ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏଥିସହ ସେ କହିଛନ୍ତି, ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି କହିଥିଲେ। ଏହା ପରଠୁ ଓଡ଼ିଶାରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଏହି କାମ ଜାରି ରହିଛି। ଆଗକୁ ଏହାକୁ ତ୍ୱରାନ୍ୱିତ କରାଯାଇ ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe