କରୋନା ଭୂତାଣୁ ଆତଙ୍କ : ବିମାନବନ୍ଦର ଓ ପାରାଦୀପ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ

Advertisment
ବିମାନବନ୍ଦର ଘରୋଇକରଣକୁ ବିରୋଧ, ସୁପ୍ରିମ୍‌ କୋର୍ଟ ପହଞ୍ଚିଲା କେରଳ

updateodisha.com

ଭୁବନେଶ୍ବର : କରୋନା ଭୂତାଣୁକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଚୀନ୍‌ରୁ ଏହି ଭୂତାଣୁ ବିଶ୍ବକୁ ବ୍ୟାପୁଥିବା ବେଳେ ଦେଶରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରଯାଇଛି। ରାଜ୍ୟରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭୂତାଣୁ ନେଇ ତତ୍ପରତା ପ୍ରକାଶ ପାଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ପାରାଦୀପ ବନ୍ଦରରେ ଥର୍ମାଲ ସେନ୍‌ସର ବ୍ୟବସ୍ଥା ଆରମ୍ଭ ହୋଇଛି। ଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ଉଡ଼ୁଥିବାରୁ ଏହି ଯାତ୍ରୀମାନଙ୍କ ପାଇଁ ଥର୍ମାଲ ସେନ୍‌ସର ବ୍ୟବସ୍ଥା ହୋଇଛି। ଏହି ସେନ୍‌ସରରେ ଜଣେ ବ୍ୟକ୍ତି ଶରୀରରେ କେତେ ତାପମାତ୍ରା ରହିଛି ତାହା ଜଣାପଡ଼ିବ। ସେହିପରି ଗତ ୩ଦିନ ତଳୁ ପାରାଦୀପ ବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା ଆରମ୍ଭ ହୋଇସାରିଛି।

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ପାରାଦୀପ ବନ୍ଦର ସମେତ ରେଳ ଷ୍ଟେସନ୍‌କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟରେ ରଖାଯାଇଛି। ଏହାସହ ଝାରସୁଗୁଡ଼ା ଅଞ୍ଚଳରେ କିଛି ତାପଜ ବିଦ୍ୟୁତ କେନ୍ଦ୍ରରେ ଚୀନ୍ ନାଗରିକ କାମ କରୁଥିବାରୁ ‌ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ବିମାନ ବନ୍ଦରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଜଣ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ସ୍କ୍ରିନିଂ କରୁଛନ୍ତି। ମାଲେସିଆରୁ ଆସୁଥିବା ଯାତ୍ରୀଙ୍କର ଏହି ଟିମ୍ ସ୍କ୍ରିନିଂ କରୁଛି। ତେବେ ଅଧିକ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପାରାଦୀପ ବନ୍ଦରରେ ଗତ ୩ ଦିନ ତଳୁ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ଥର୍ମାଲ ସ୍କ୍ରିନିଂ ସଂପୂର୍ଣ୍ଣଭାବେ ସୁରକ୍ଷିତ ନୁହେଁ। ଏଥିରୁ ଦୂରରୁ ଜଣେ ବ୍ୟକ୍ତିର ତାପମାତ୍ରା ମପା ଯାଇଥାଏ। ତେଣୁ ବିଭାଗ ପକ୍ଷରୁ ଡାକ୍ତରୀ ଟିମ୍‌ ଦ୍ବାରା ହେଉଥିବା ସ୍କ୍ରିନିଂ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ଯେଉଁ ବ୍ୟକ୍ତିଙ୍କ କରୋନା ଭୂତାଣୁ ସନ୍ଦେହ ହେବ ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ରଖାଯିବ। ଏହାସହ ଏସ୍‌ସିବି, ଏମ୍‌କେସିଜି, ବୁର୍ଲା ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବାର ବ୍ୟବସ୍ଥା ହୋଇଛି। ନିୟମିତ ବିଭାଗୀୟ ଅଧିକାରୀମାନେ ଏହାର ସମୀକ୍ଷା କରୁଛନ୍ତି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe