Ilam Times
ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ମୁଣ୍ଡମାଳ ଗ୍ରାମର ସନ୍ତୋଷ ତ୍ରିପାଠୀଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଶ୍ରୀ ତ୍ରିପାଠୀଙ୍କ ଗ୍ରିଲତାଲା ଭାଙ୍ଗି ଘର ଭିତରେ ଥିବା ଆଲମିରାରୁ ଦୁଇଭରି ସୁନା ଓ ୧୦ ଲକ୍ଷ ଟଙ୍କା ଚୋରି କରିଥିବା ସନ୍ତୋଷଙ୍କ ସାନଭାଇ ଶୈଳେନ୍ଦ୍ର ଯାଜପୁରରୋଡ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ପରେ ଏସ୍ଆଇ ନିର୍ମଳ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ ମିଳିନାହିଁ। ଥାନା କେସ୍ ନମ୍ବର ୪୯୪/୨୨ ରେ ମାମଲା ରୁଜୁ ହୋଇଛି।
Follow Us