ଦଶମ ପରୀକ୍ଷା ସରିବା ଖୁସିରେ ଡିଜେ ଲଗାଇ ନାଚିଲେ

Advertisment
ଦଶମ ପରୀକ୍ଷା ସରିବା ଖୁସିରେ ଡିଜେ ଲଗାଇ ନାଚିଲେ

ଦିଗପହଣ୍ଡି : ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ସ୍ବାଭାବିକ ଢଙ୍ଗରେ ପରିଚାଳିତ ହୋଇଛି। ଏହିକ୍ରମ‌ରେ ଦିଗପହଣ୍ଡି ବ୍ଲକ୍‌ର ପରୀକ୍ଷାର୍ଥୀମାନେ ଗତ ୨୯ ତାରିଖରୁ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଦେଇଥିଲେ। ତେବେ ଆଜି ପରୀକ୍ଷା ସରିବା ପରେ ପରୀକ୍ଷାର୍ଥୀମାନେ ଡିଜେ ଲଗାଇ ଗାଁ ଦାଣ୍ଡରେ ନାଚି ବୁଲିଥିଲେ।  ବମକୋଇ ଗ୍ରାମ ଶିବାନନ୍ଦ ହାଇସ୍କୁଲ୍ ଛାତ୍ରମାନେ ପରୀକ୍ଷା ସରିବା ପରେ ନାଚିବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେମାନେ ଚାନ୍ଦା ଆଦାୟ କରିଥିବା ବେଳ‌େ ପରୀକ୍ଷା ସରିବା କ୍ଷଣି ଡିଜେ ବାଜିଥିଲା। ଆଉ ରାସ୍ତା ଉପରେ ସେମାନେ ଉତ୍‌ଫୁଲ୍ଲିତ ହୋଇ ନାଚିଥିଲେ।

ଆଜି ଏହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ତେବ‌େ ଭିଡ଼ିଓକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ କିଛି ଅଣଛାତ୍ର ସାମିଲ ହୋଇଥିଲେ।  ପ୍ରଧାନଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ପରୀକ୍ଷା ସରିବା ପରେ ଶିକ୍ଷକଶିକ୍ଷୟିତ୍ରୀ ଅନ୍ୟ କାମରେ ବ୍ୟସ୍ତ ଥିଲେ। ପରୀକ୍ଷାର୍ଥୀମାନେ ଏହା ଉପରେ କୁଆଡ଼େ ଗଲେ, ଏନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। କିନ୍ତୁ ରାସ୍ତାରେ ଛାତ୍ରମାନେ ନାଚିଥିବା ସେ ସୂଚନା ପାଇଛନ୍ତି। ତେବ‌େ ପିଲାମାନଙ୍କ ଏଭଳି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe