ଦୁଷ୍କର୍ମକାରୀକୁ ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ

Advertisment

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ତେଲକୋଇ ଥାନା ଆକୁଳ ଗାଁର ଜଣେ ଯୁବକକୁ ସାତବେଣ୍ଟିଆ କରିଛନ୍ତି ଗ୍ରାମବାସୀ। ମୁହଁରେ କାଳି, ବେକରେ ଜୋତାମାଳ, ଅଣ୍ଟାରେ ଦଉଡ଼ି ବାନ୍ଧି ଏବଂ ନାଗରା ବଜାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି।

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ତେଲକୋଇ ଥାନା ଆକୁଳ ଗାଁର ଜଣେ ଯୁବକକୁ ସାତବେଣ୍ଟିଆ କରିଛନ୍ତି ଗ୍ରାମବାସୀ। ମୁହଁରେ କାଳି, ବେକରେ ଜୋତାମାଳ, ଅଣ୍ଟାରେ ଦଉଡ଼ି ବାନ୍ଧି ଏବଂ ନାଗରା ବଜାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି।

dgdagdagda

ତେଲକୋଇ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ତେଲକୋଇ ଥାନା ଆକୁଳ ଗାଁର ଜଣେ ଯୁବକକୁ ସାତବେଣ୍ଟିଆ କରିଛନ୍ତି ଗ୍ରାମବାସୀ। ମୁହଁରେ କାଳି, ବେକରେ ଜୋତାମାଳ, ଅଣ୍ଟାରେ ଦଉଡ଼ି ବାନ୍ଧି ଏବଂ ନାଗରା ବଜାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି। ଦୀର୍ଘ ୪ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ସୂଚନା ଅନୁସାରେ, ଗତକାଲି ଅପରାହ୍‌ଣ ୫ଟାବେଳେ ଗାଁର ଜଣେ ନାବାଳିକା ଶୌଚ ହେବା ପାଇଁ ଯାଇଥିଲେ। ଏକୁଟିଆ ଦେଖି ପ୍ରଶାନ୍ତ ନାୟକ ନାମକ ଜଣେ ଯୁବକ ନାବାଳିକାଙ୍କ ପାଟି ବନ୍ଦ କରିବା ସହ ତାଙ୍କ ଦୁଇହାତକୁ ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକା ଜଣକ ପାଟି କରିବାରୁ ନିକଟରେ ଫୁଟ୍‌ବଲ୍‌ ଖେଳୁଥିବା କିଛି ପିଲା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଏହି ଘଟଣା ପ୍ରଘଟ ହେବା ପରେ ଆଜି ସକାଳେ ନାବାଳିକାଙ୍କ ପରିବାର ଲୋକ ଓ ସାହିବାସୀ ମିଶି ସଂପୃକ୍ତ ଯୁବକଙ୍କ ଘରେ ପହଞ୍ଚିଥିଲେ। ଯୁବକଙ୍କୁ ଗାଁ ଦାଣ୍ଡକୁ ନେଇଥିଲେ। ପରେ ନାବାଳିକାଜଣକ ସମ୍ପୃକ୍ତ ଯୁବକ ମୁହଁରେ କାଳି ବୋଳିବା ସହ ବେକରେ ଜୋତାମାଳ ପକାଇଥିଲେ। ଗ୍ରାମବାସୀ ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି ବେକରେ ନାଗରା ଝୁଲାଇ ଗାଁ ଦାଣ୍ଡରେ ବୁଲାଇଥିଲେ। ‘ମୁଁ ଜଣେ ନାବାଳିକାଙ୍କ ହାତବାନ୍ଧି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲି, ଯାହାଫଳରେ ମୁଁ ଗାଁ ଦାଣ୍ଡରେ ଏଭଳି ଦଣ୍ଡ ପାଉଛି’ କହି ଯୁବକ ଜଣକ ନାଗରା ବଜାଇ ବଜାଇ ଗାଁ ବୁଲିଥିଲେ। ଦୀର୍ଘ ୪ ଘଣ୍ଟା ଧରି ଗାଁ ଦାଣ୍ଡରେ ବୁଲିବା ପରେ ପୁଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଏ ନେଇ ତେଲକୋଇ ଥାନା କେସ୍ ନମ୍ବର ୩୦୭/୨୦୨୪ରେ ୫ ଜଣଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ସୁଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଆଇଆଇସି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe