ଶବ ନେଇ ଫେରୁଥିଲେ, ଶବ ପାଲଟିଲେ: ଡମ୍ପର ପଛରେ ପିଟିହେଲା ଆମ୍ବୁଲାନ୍ସ, ୩ ମୃତ

Advertisment

କଟକର ଏକ ଘରୋଇ ଡାକ୍ତରଖାନାରୁ ବାପାଙ୍କ ଶବ ନେଇ ଆମ୍ବୁଲାନ୍‌ସ ଯୋଗେ ଶୁକ୍ରବାର ଘରକୁ ଫେରୁଥିଲେ। ମାତ୍ର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ମଇତାପୁରରେ ଦୁର୍ଘଟଣା ଘଟି ପୁଅ...

କଟକର ଏକ ଘରୋଇ ଡାକ୍ତରଖାନାରୁ ବାପାଙ୍କ ଶବ ନେଇ ଆମ୍ବୁଲାନ୍‌ସ ଯୋଗେ ଶୁକ୍ରବାର ଘରକୁ ଫେରୁଥିଲେ। ମାତ୍ର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ମଇତାପୁରରେ ଦୁର୍ଘଟଣା ଘଟି ପୁଅ...

fssfsfhfsh

ଭଦ୍ରକ/ଫୁଲବଣୀ: କଟକର ଏକ ଘରୋଇ ଡାକ୍ତରଖାନାରୁ ବାପାଙ୍କ ଶବ ନେଇ ଆମ୍ବୁଲାନ୍‌ସ ଯୋଗେ ଶୁକ୍ରବାର ଘରକୁ ଫେରୁଥିଲେ। ମାତ୍ର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ମଇତାପୁରରେ ଦୁର୍ଘଟଣା ଘଟି ପୁଅ, ଭିଣୋଇ ସମେତ ଆମ୍ବୁଲାନ୍‌ସ ଚାଳକଙ୍କ ଜୀବନ ଯାଇଛି। ୩ ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଶ୍ରଦ୍ଧାପୁର ପଞ୍ଚାୟତ ପଳାସିଆ ଗ୍ରାମର ଦିବାକର ଜେନାଙ୍କ ପୁଅ ହିମାଂଶୁ ଜେନା (୩୬),ଭିଣୋଇ ନିମାତପୁର ପଞ୍ଚାୟତ ବିରଜା ଗ୍ରାମର କାହ୍ନୁ ଦଳାଇ(୫୫) ଓ ଆମ୍ବୁଲାନ୍‌ସ ଚାଳକ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ଦିଲ୍ଲୀପ ସିଂ। ଦୁର୍ଘଟଣାରେ ହିମାଂଶୁଙ୍କ ମାଆ ସାବିତ୍ରୀ(୫୮) ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଭୋଗରାଇ ବ୍ଲକ୍‌ ପଳାସିଆ ଗ୍ରାମର ଦିବାକର ଜେନା(୬୫) ବହୁଦିନ ଧରି ଅସୁସ୍ଥ ଥିବାବେଳେ ତାଙ୍କୁ ଗୁରୁବାର କଟକର ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିବା ପରେ ଏକ ଆମ୍ବୁଲାନ୍‌ସରେ ପୁଅ ହିମାଂଶୁ, ପତ୍ନୀ ସାବିତ୍ରୀ ଓ ଭିଣୋଇ କାହ୍ନୁ ଶବ ଧରି ଘରକୁ ଫେରୁଥିଲେ। ତେବେ ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମଇତାପୁର ନିକଟରେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛପଟେ ଆମ୍ବୁଲାନ୍‌ସଟି ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ହିମାଂଶୁ, କାହ୍ନୁ ଓ ଆମ୍ବୁଲାନ୍ସ ଚାଳକ ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିଲେ। ହିମାଂଶୁଙ୍କ ମା’ ସାବିତ୍ରୀଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସିମୁଳିଆ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ତେବେ ଶବ ପହଞ୍ଚିବା ପରେ ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ମୃତ ହିମାଂଶୁଙ୍କ ପତ୍ନୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ଗାଁ ଲୋକେ ତାଙ୍କୁ ଅଟକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe