ରାସ୍ତାରେ ଜଗିଲେ ପୁଲିସ, ମନ୍ଦିର ଲୁଟିନେଲେ ଦୁର୍ବୃତ୍ତ

Advertisment

ସଟଡାଉନରେ ନୀଳଗିରିର ୨ ମନ୍ଦିରରୁ ଲୁଟ୍‌

ସଟଡାଉନରେ ନୀଳଗିରିର ୨ ମନ୍ଦିରରୁ ଲୁଟ୍‌

ରାସ୍ତାରେ ଜଗିଲେ ପୁଲିସ, ମନ୍ଦିର ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର: ସଟଡାଉନ୍‌ରେ ସହରର ଛକଛକରେ ଜଗିଛି ପୁଲିସ। ପାଟ୍ରୋଲିଂ କରାଯାଇ ସବୁଆଡ଼େ କଡ଼ା ନଜର ରଖାଯାଇଛି। ମାତ୍ର ବିଡ଼ମ୍ବନା ହେଉଛି ଏମିତି ଏକ ସମୟରେ ସହରର ଦୁଇଟି ମନ୍ଦିରରୁ ଲୁଟ୍‌ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାର ନୀଳଗିରି ଏନ୍‌ଏସି ଅଞ୍ଚଳରେ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ନୀଳଗିରି ଏନ୍‌ଏସି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଶନି ମନ୍ଦିର ଏବଂ ଘାଟଘରସାହିର ବୁଢ଼ୀବାସୁଳି ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଶି ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସମସ୍ତ ସୁନାଗହଣା ଲୁଟ୍‌ ହୋଇଯାଇଛି।

ସକାଳେ ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ନୀଳଗିରି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନି। ସହର ଭିତରେ ପୁଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିବା ଆଉ ପୁଲିସ ସେମାନଙ୍କ ପତ୍ତା ନପାଇପାରିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe