ନେପାଳ ସୀମାରୁ ଧରାପଡ଼ିଲେ ଚୋର, ୩୦ ଲକ୍ଷ ଟଙ୍କାର ମୋବାଇଲ ଫୋନ୍‌ ଉଦ୍ଧାର

Advertisment
ନେପାଳ ସୀମାରୁ ଧରାପଡ଼ିଲେ ଚୋର, ୩୦ ଲକ୍ଷ ଟଙ୍କାର ମୋବାଇଲ ଫୋନ୍‌ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀରରୁ ୪୦ ଲକ୍ଷ ଟଙ୍କାର ମୋବାଇଲ ଫୋନ୍ ଚୋରି ମାମଲାରେ ବଲାଙ୍ଗୀର ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଗ୍ୟାଙ୍କର ତିନି ସଦସ୍ୟଙ୍କୁ ପୁଲିସ ନେପାଳ ସୀମାରୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି କହ୍ନେୟା କୁମାର(୫୦), ମେରଜ ଅନସାରୀ(୫୦), କୌଶର ଅଲମା(୨୦)। ଏମାନଙ୍କ ଘର ବିହାର ରାଜ୍ୟର ଗୋଡ଼ସହନ ଆଠମୁହାନ। ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ରାଜ୍ୟରେ ଚୋରି କରି ଏହାକୁ ନେପାଳରେ ବିକ୍ରି କରିଥାନ୍ତି। ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁ ଏମାନେ ନେପାଳରେ ସାମଗ୍ରୀ ପହଞ୍ଚାଇବା ପୂର୍ବରୁ ଧରାପଡ଼ିଛନ୍ତି। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe