ଭୁବନେଶ୍ୱର: କଳିଙ୍ଗ ସାହିତ୍ୟ ମହୋତ୍ସବର ତୃତୀୟ ଦିନରେ ‘ନ୍ୟୁଜ୍‌ରୁମ୍‌ରୁ ନ୍ୟାରେଟିଭ’ ବିଷୟବସ୍ତୁ ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପ୍ରିୟା କାନୁନଗୋ ସଂଯୋଜନାରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ, ସାମ୍ବାଦିକ ଓ ଲେଖିକା ଚିତ୍ରା ସୁବ୍ରମଣ୍ୟମ୍ ଓ ନେପାଳର ସାମ୍ବାଦିକ ବିରାଟ ଅନୁପମ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ଆଲୋଚନାରେ ପରିବର୍ତ୍ତନଶୀଳ ସାମ୍ବାଦିକତା, ସ୍ମାର୍ଟଫୋନ୍, ପରିବର୍ତ୍ତନଶୀଳ କାହାଣୀ, ଗଣମାଧ୍ୟମ ବିଶ୍ୱସନୀୟତା ଉପରେ ଅତିଥିମାନେ ଆଲୋଚନା କରିଥିଲେ। 

Advertisment

China-Bangladesh: ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି: ହଳଦିଆରେ ଭାରତୀୟ ନୌସେନାର ବିଶାଳ ଘାଟି

ଶ୍ରୀମତୀ ପଟ୍ଟନାୟକ କହିଥିଲେ, କୋଣ ଅନୁକୋଣର ଖବର ସଂଗ୍ରହ କରିବା ହେଉଛି ଗଣମାଧ୍ୟମର ବଡ଼ ସମ୍ବଳ। ଲୋକଙ୍କୁ ଯେଉଁ ଖବର ଛୁଉଁଛି, ତାକୁ ଅଧିକ ଦେଖାଇଲେ ହିଁ ଲୋକଙ୍କ ସହ ଯୋଡ଼ି ହୋଇ ରହିବାରେ ସାହାଯ୍ୟ କରିବ। ସାମ୍ବାଦିକତା ଗୋଟେ ୯ରୁ ୫ର ଚାକିରି ନୁହେଁ। ୨୪ ଘଣ୍ଟା ଖବର ସହ ରହିବାକୁ ପଡ଼ିବ। ଗୋଟେ ସମୟ ଥିଲା ଗଣମାଧ୍ୟମ ଯାହା ଚାହୁଁଥିଲା ତାହା ଲୋକମାନେ ଦେଖୁଥିଲେ। କିନ୍ତୁ ଏବେ ଲୋକ ଯାହା ଚାହୁଁଛନ୍ତି ଗଣମାଧ୍ୟମ ତାହା ଦେଖାଇଲେ ନିଶ୍ଚିତ ବିଶ୍ୱାସ ଜିତିପାରିବ। ସେହିପରି ବିରାଟ ଅନୁପମ ‘ତଥ୍ୟ ଯାଞ୍ଚ ନ କରି ଖବର ପ୍ରସାରଣ କରିବା’କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ନେପାଳରେ ଘଟିଥିବା କିଛି ଘଟଣାକୁ ଭାରତର ବଡ଼ବଡ଼ ଗଣମାଧ୍ୟମ ପ୍ରତିଷ୍ଠାନ କିଭଳି ଭୁଲ୍‌ ତଥ୍ୟ ସହ ପରିବେଷଣ କଲେ ତାହା ବର୍ଣ୍ଣନା କରିଥିଲେ।

Paddy: ମଣ୍ଡି ଅବ୍ୟବସ୍ଥାକୁ ନେଇ ୧୩ରେ ୭ବ୍ଲକରେ ବିଜେଡି କରିବ ବନ୍ଦ

ଏଥିସହ ଚିତ୍ରା ସୁବ୍ରମଣ୍ୟମ୍ ଅନୁସନ୍ଧାନ ମୂଳକ ସାମ୍ବାଦିକତା, ସାମ୍ବାଦିକତାରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ଗୁରୁତ୍ୱ ବିଷୟରେ କହିଥିଲେ, ଲୋକ ବୋକା ନୁହନ୍ତି ଯେ ମନଇଚ୍ଛା ଗଣମାଧ୍ୟମ ଯାହା ଚାହିଁବ ଦେଖେଇବ। ଅନ୍ୟପଟେ ଲୋକମାନେ ମଧ୍ୟ ଭଲ ଖବର ପାଇଁ ପଇସା ଦେବାକୁ ପଛଘୁଞ୍ଚା ନ ଦିଅନ୍ତୁ ବୋଲି ସେ କହିଥିଲେ।