ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରି ଘଟଣା : ନିଜ ଆଡ଼ୁ ମାମଲା ରୁଜୁ କଲେ ଓଏଚ୍‌ଆରସି

ରାଉରକେଲା ଏସ୍‌ପିଙ୍କୁ ରିପୋର୍ଟ ତଲବ

ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ରାଉରକେଲାର ଟିମ୍ବର କଲୋନିର ବାପା-ମା’ ଛେଉଣ୍ଡ ଜଣେ ନାବାଳକକୁ ଥାନା ଭିତରେ ସାରା ରାତି ନର୍ଯାତନା ଦିଆଯିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌। କମିସନ୍‌ ଏ ନେଇ ନିଜ ଆଡ଼ୁ ଏକ ମାମଲା ରୁଜୁ କରିବା ସହ ଏ ସଂକ୍ରାନ୍ତରେ ରାଉରକେଲା ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।

publive-image

ନାବାଳକ ଜଣକ ମାସେ ତଳେ ରାଉର‌କେଲାସ୍ଥିତ ବୈଷ୍ଣୋଦେବୀ ମନ୍ଦିର ନିକଟରୁ ଏକ ମୋବାଇଲ ପାଇଥିଲେ। ମୋବାଇଲ ବନ୍ଦ ଥିବାରୁ ତାକୁ ଖୋଲିବାକୁ ନିକଟସ୍ଥ ଦୋକାନକୁ ନେଇଥିଲେ। ଦୋକାନୀ ମଧ୍ୟ ଏହାକୁ ଖୋଲି ପାରି ନଥିଲେ। ପରେ ନିଜର ଜଣେ ସାଙ୍ଗକୁ ଦେଖାଇଥିବା ବେଳେ ସେ ମଧ୍ୟ ଏହାକୁ ଖୋଲିପାରି ନଥିଲେ। ପରେ ତାକୁ ୧୫ ଶହ ଟଙ୍କାରେ ବିକି ଦେଇଥିଲେ। ଗତ ଡିସେମ୍ବର ୨୬ ତାରିଖରେ ସ୍ଥାନୀୟ ପୁଲିସ ଟିମ୍ବର କଲୋନିରେ ପହଞ୍ଚି ମୋବାଇଲ ଚୋରି ଅଭିଯୋଗରେ ନାବାଳକକୁ ଫାଣ୍ଡିକୁ ‌ଉଠାଇ ନେଇଥିଲା। ଥାନା ଭିତରେ ପୁଲିସ ନାବାଳକକୁ ଗୋଇଠା ମାରିବା ସହିତ ପାଦକୁ ବୁଟ୍‌‌ରେ ଦଳି ଦେଇଥିଲା। ଏପରିକି ତାକୁ ବିଦ୍ୟୁତ୍‌ ଚେଙ୍କ ଦେବାକୁ ମଧ୍ୟ ପଛାଇ ନଥିଲେ। ମାଡ଼ ମାରିବା କଥା ଘରେ ନ କହିବାକୁ ପୁଲିସ ଅଧିକାରୀ ଧମକାଇଥିଲେ। ମାତ୍ର ଘରେ ତେଲ ମ‌ାଲିସ କରିବା ସମୟରେ ସବୁ ଘଟଣା ଜଣାପଡ଼ିଥିଲା। ପରେ ଦୁଇ ସମାଜସେବୀ ଘଟଣା ସଂପର୍କ‌‌ରେ ଜାଣିବା ସହ ସିଡବ୍ଲ୍ୟୁସିରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe