କୋଶଲି ଧନୁଯାତ୍ରାର ତୃତୀୟ ଦିବସ: ଗୋପରେ ନନ୍ଦୋତ୍ସବ, ପୁତନା ବଧ

କୋଶଲି ଧନୁଯାତ୍ରାର ତୃତୀୟ ଦିବସ: ଗୋପରେ ନନ୍ଦୋତ୍ସବ, ପୁତନା ବଧ

ନୂଆପଡ଼ା: ନୂଆପଡ଼ା ସଦର ମହକୁମା ପୁଲିସ୍‌ ରଙ୍ଗମଞ୍ଚରେ ଚାଲିଥିବା କୋଶଲି ଧନୁଯାତ୍ରା ଆଜି ତୃତୀୟ ଦିବସରେ ପହଞ୍ଚିଛି। ଗୋପପୁରରେ ଧୁମ୍‌ଧାମ୍‌ରେ ନନ୍ଦୋତ୍ସବ ପାଳନ କରାଯାଇଥିଲା। ଅନ୍ୟପକ୍ଷରେ ବିଜୁଳି କନ୍ୟାଙ୍କ ଦୈବବାଣୀରେ କଂସ ମହାରାଜ ବିଚଳିତ ହୋଇ ପଡ଼ିଛନ୍ତି। କୃଷ୍ଣଙ୍କୁ ନିଧନ କରିବା ପାଇଁ ପୁତନାଙ୍କୁ ଗୋପପୁରକୁ ପଠାଇଥିଲେ। ହେଲେ ପୁତନାର ମୃତ୍ୟୁ ହୋଇଥିବା ଖବର ଶୁଣି ମର୍ମାହତ ହୋଇ ପଡ଼ିଛନ୍ତି। ଆଜି ରାଜଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାସପ ସିଂ ମାଝୀ, ଭରତଲାଲ ରାଉତ, ସରପଞ୍ଚ ଟିକେରାମ ସାହୁ ଯୋଗ ଦେଇଥିଲେ।

ସଭାପତି ପ୍ରସନ୍ନ ପାଢ଼ୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କୋଷାଧ୍ୟକ୍ଷ ସଞ୍ଜୟ ପାଢ଼ୀ ସଭା ପରିଚାଳନା କରିଥିଲେ। ସମ୍ପାଦକ ହରିଶ୍ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଉପସଭାପତି ଯାଜ୍ଞସିନୀ ମହାପାତ୍ର, ପ୍ରବୋଧ ହୋତା, ଅବନୀ ରଞ୍ଜନ ଯୋଷୀ, ଫକିର ପାଢ଼ୀ, ସୁବଳଶ୍ୟାମ ପଣ୍ତା, ଲୋକନାଥ ରଥ, ପ୍ରତିଭା ହୋତା ପ୍ରମୁଖ ସହଯୋଗ କରିଥିଲେ। ରାଜଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe