ଆଜି ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବାଦ୍ ପଡ଼ିଥିବା ୨୫% ହିତାଧିକାରୀ ପାଇବେ

Advertisment

ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ପୂର୍ବରୁ ଏହି ଯୋଜନାରୁ ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଛି।

ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ପୂର୍ବରୁ ଏହି ଯୋଜନାରୁ ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଛି।

subhadra

ଭୁବନେଶ୍ବର: ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ପୂର୍ବରୁ ଏହି ଯୋଜନାରୁ ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଛି। ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟଙ୍କା ରିଲିଜ୍ କରିବାର କାର୍ଯ୍ୟକ୍ରମ ରହିଛି। ‘ସୁଭଦ୍ରା’ ଯୋଜନରୁ ୨.୬୭ଲକ୍ଷ ଆବେଦନକାରୀ ବାଦ୍ ପଡ଼ିଥିଲେ। ସେମାନଙ୍କୁ ପୁନର୍ବାର ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବାଦ୍ ପଡ଼ିଥିବା ଅନ୍ୟ ହିତାଧିକାରୀଙ୍କ ବାବଦରେ ରିପୋର୍ଟ ଆସିବା ପରେ ୨୫% ଆବେଦନର ସଂଶୋଧନ କରାଯାଇଛି। ବଳକା ହିତାଧିକାରଙ୍କ ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ। ତାଙ୍କ ନାଁରେ ଜମି ନାହିଁ ମାତ୍ର ସେମାନେ ଧାନ ବିକ୍ରି କରିଛନ୍ତି। ଏହି ବାବଦରେ କ୍ଷେତ୍ରୀୟ ଯାଞ୍ଚ କରାଯିବ। ସମାଧାନ ହେଲେ ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

ଏହାସହ ଯେଉଁମାନଙ୍କର ଆକାଉଣ୍ଟ-ଆଧାର ଲିଙ୍କରେ ସମସ୍ୟା ରହିଛି ସେମାନଙ୍କୁ ସଚେତନ କରିବାକୁ ସରକାରୀ ଅଧିକାରୀ ଘରକୁ ଯିବେ। ପ୍ରାୟ ୫ଲକ୍ଷ ଆକାଉଣ୍ଟ ମିସ୍ ମ୍ୟାଚ୍ ହୋଇଥିଲା। ଯାହାକି ବର୍ତ୍ତମାନସୁଦ୍ଧା ସମାଧାନ ହୋଇପାରିନାହିଁ। ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରିବା ପରେ ସେମାନେ ଯୋଜାନରେ ସାମିଲ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe