ତୃତୀୟ ଶ୍ରୀକ୍ଷେତ୍ରରେ ବାହୁଡ଼ାଯାତ୍ରା: ଅଧାବାଟରେ ଅଟକିଲେ ଶ୍ରୀଜିଉ

Advertisment

ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ତୃତୀୟ ଶ୍ରୀକ୍ଷେତ୍ରରେ ବାହୁଡ଼ାଯାତ୍ରା: ଅଧାବାଟରେ ଅଟକିଲେ ଶ୍ରୀଜିଉ

ନୀଳଗିରି: ଅପୂର୍ବ ଉତ୍ସାହ ଓ ଭକ୍ତିର ସହ ଆଜି ତୃତୀୟ ଶ୍ରୀକ୍ଷେତ୍ର ବାଲେଶ୍ବର ଜିଲ୍ଲା ନୀଳଗିରିରେ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଛି। ଗତକାଲି ସମସ୍ତ ନୀତିକାନ୍ତି ସହ ଗୋଟି ପହଣ୍ଡିରେ ଶ୍ରୀଜିଉମାନେ ରଥାରୂଢ଼ ହୋଇଥିଲେ। ନୀଳଗିରି ମହାରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ ଛେରାପହଁରା କରିଥିଲେ। ଆଜି ପୁଣି ସମସ୍ତ ନୀତିକାନ୍ତି ସମାପନ ହେବା ସହ ରଥ ଗଡ଼ିଥିଲା। ଭକ୍ତମାନେ ଝିପିଝିପି ବର୍ଷାରେ ଭିଜି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ରଥକୁ ଟାଣି ନେଇଥିଲେ। ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ହରିବୋଲ, ଜୟ ଜଗନ୍ନାଥ ଓ ସଂକୀର୍ତ୍ତନ ଧ୍ବନିରେ ନୀଳଗିରି ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା।

ଶରତ ଦାସ ଓ ଅଧ୍ୟାପକ ପ୍ରଦୀପ୍ତ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ। ଶଙ୍କରାଖୁଣ୍ଟା ପୋଖରୀ ସାମ୍ନାରେ ଠାକୁରେ ଅଟକିଛନ୍ତି। ଆସନ୍ତାକାଲି ରଥଟଣା ଶେଷ ହେବ ଏବଂ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିବେ। ଏହି ଅପୂର୍ବ ଯାତ୍ରାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ଏନ୍‌ଏସି ଅଧ୍ୟକ୍ଷl ଅମ୍ବିକା ଦାସ, ସମାଜସେବୀ ଶରତ ଦାସ, ନୀଳଗିରି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ସାମିଲ ହୋଇଥିଲେ। ଅନ୍ୟପଟେ ରଥଟଣାକୁ ଶୃଙ୍ଖଳିତ ଓ ସହଜ କରିବା ପାଇଁ ଏସ୍‌ପି ସାଗରିକା ନାଥଙ୍କ ତତ୍ତ୍ବାବଧାନରେ ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ଓ ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସହ ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ଥିଲେ। ସେହିପରି ଅଗ୍ନିଶମ ବାହିନୀ, ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଏବଂ ଏନ୍‌ଏସ୍‌ଏସ୍‌ ଓ ଆର୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀମାନଙ୍କୁ ସଜାଗ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe