ପୁଣି ଚାଲିଲା ଓପିଜିସିର ତୃତୀୟ ୟୁନିଟ୍‌

ଓପିଜିସି ତୃତୀୟ ୟୁନିଟ୍‌ ଅଚଳ, ନିର୍ମାଣ କୌଶଳରେ ତ୍ରୁଟି ନେଇ ଚର୍ଚ୍ଚା

ଇବ୍‌ଥର୍ମାଲ : ଓଡ଼ିଶା ପାଓ୍ବାର ଜେନେରେସନ୍‌ କର୍ପୋରେସନ୍‌ (ଓପିଜିସି) ବନହରପାଲିସ୍ଥିତ ଇବ୍‌ଥର୍ମାଲ ପାଓ୍ବାର୍‌ ପ୍ଲାଣ୍ଟ୍‌ ଅନ୍ତର୍ଗତ ତୃତୀୟ ୟୁନିଟ୍‌କୁ ବୁଧବାର ପୁନର୍ବାର ଚାଲୁ କରାଯାଇଛି।

ହପର୍‌ରେ ଅଧିକ ଆସ ଲୋଡ୍‌ ହେବା, ହପର୍‌ ତଳେ କୁଢ଼କୁଢ଼ ଆସ୍‌ ଗଦା ହେବା ତଥା ପ୍ଲାଣ୍ଟ୍‌ ଲୋଡ୍ ନେବାରେ ଅସୁବିଧା ହେବାରୁ ରବିବାର ଠାରୁ ତୃତୀୟ ୟୁନିଟ୍‌କୁ ବନ୍ଦ କରାଯାଇଥିଲା। ଫଳରେ ୬୬୦ ମେଗାଓ୍ବାଟ୍‌ କ୍ଷମତା ସଂପନ୍ନ ୟୁନିଟ୍‌ରେ ୩୫୦ ମେଗାଓ୍ବାଟ୍ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହୋଇ ଯାଇଥିଲା। ଏମ୍‌ସିଏଲ୍‌ଠାରୁ ଆସୁଥିବା କୋଇଲା ନିମ୍ନମାନର ଓ ଏଥିରେ ପ୍ରଚୁର ପରିମାଣର ଆସ ନିର୍ଗତ ହେଉଛି ବୋଲି କହିବା ସହ କୋଇଲାର ଗୁଣବତ୍ତା ଉପରେ ଓପିଜିସି ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା।

ଅନ୍ୟପକ୍ଷରେ ସଂଗଠନଗୁଡିକ ନିର୍ମାଣ କୌଣଳ ତ୍ରୁଟିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ମଧ୍ୟରେ ମଙ୍ଗଳବାରଠାରୁ ଓପିଜିସି ତାର ନିଜ ସଂସ୍ଥା ସୁନ୍ଦରଗଡ଼ ଜିଲ୍ଲା ମନୋହରପୁରଠାରେ ଥିବା ଓସିପିଏଲ୍ କୋଲ୍‌ ବ୍ଲକ୍‌ରୁ ଟ୍ରେନ୍‌ ସହାୟତାରେ କୋଇଲା ପରିବହନ କରିବାରେ ସକ୍ଷମ ହୋଇଛି। ଭଲ କୋଇଲା ଆସିଥିବାରୁ ଆସ ପରିମାଣ କମିବ ଓ ପ୍ଲାଣ୍ଟ ଠିକ୍ ଚାଲିବ ବୋଲି ଜନ ସଂପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe