ୟୁକ୍ରେନ୍‌ ଫେରନ୍ତା ୧୩ ଛାତ୍ରଛାତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ

ୟୁକ୍ରେନ୍‌ ଫେରନ୍ତା ୧୩ ଛାତ୍ରଛାତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ

ଝାରସୁଗୁଡା: ୟୁକ୍ରେନରୁ ୧୩ ଜଣ ଛାତ୍ରଛାତ୍ରୀ ଶୁକ୍ରବାର ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଏହି ଛାତ୍ରଛାତ୍ରୀ ସେଠାରେ ଫସି ରହିଥିଲେ। ୟୁକ୍ରେନର କିବ୍‌ ଓ ଖାର୍କିଭ ସହରରେ ପଶ୍ଚିମ ଓଡିଶାର ଏହି ଛାତ୍ରଛାତ୍ରୀମାନେ ମେଡିକାଲ କଲେଜଗୁଡ଼ିକରେ ପାଠ ପଢ଼ୁଥିଲେ।

ଏମାନେ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ଝାରସୁଗୁଡ଼ା ଆସିଥିଲେ। ଏମାନଙ୍କ ମଧ୍ୟରେ ରାଉରକେଲାର ଓଇଶିଖା ଚକ୍ରବର୍ତ୍ତୀ, ଅଶୁତୋଷ ମିଶ୍ର, ସୁଶାନ୍ତ ପାତ୍ର, ଅର୍ପିତ ସାହୁ, ସୁନ୍ଦରଗଡ଼ର ଯୋଗେଶ ଆଶିଷ ନନ୍ଦ, କୁଚିଣ୍ଡାର ଅଭିଷେକ ସାହୁ, ରେଢ଼ାଖୋଲର ପ୍ରଶାନ୍ତ ଦାଶ, ସମ୍ବଲପୁରର ମଧୁସୂଦନ ମିଶ୍ର, ପଦ୍ମପୁରର ବର୍ଷାରାଣୀ ସାହୁ, ବ୍ରଜରାଜନଗର ନିହାରରଞ୍ଜନ କୁମ୍ଭାର, ବଲାଙ୍ଗୀର ବଡ଼ମାଲର ସତ୍ୟନଶୀ ସୌମ୍ୟ, ନୂଆପଡ଼ା ଖରିଆରର ମୀନକେତନ ମେହେରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝୀ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ। ନୂଆପଡ଼ାର ଛାତ୍ରଙ୍କୁ ପ୍ରଶାସନ ପକ୍ଷରୁ ଗାଡ଼ି ଭଡା କରି ପାଠ ଯାଇଥିବା ବେଳେ ଅନ୍ୟମାନଙ୍କୁ ତାଙ୍କ ପରିବାର ସଦସ୍ୟ ନେଇ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe