ଶେରଗଡ଼ ଥାନାବାବୁଙ୍କୁ ଗୁଳି ଓ ହତ୍ୟା ମାମଲାର ୧୩ ବର୍ଷ ପରେ ରାୟ: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍‌, ଜଣେ ଖଲାସ

Advertisment

ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ନାଁରେ ୱାରଣ୍ଟ

ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ନାଁରେ ୱାରଣ୍ଟ

ପୁଲିସ ହେପାଜତରୁ ବିଚାରାଧୀନ କଏଦୀ ଚମ୍ପଟ: ମଧ୍ୟାହ୍ନରେ ଫେରାର, ଅପରାହ୍ନରେ ଗିରଫ

Image Courtesy of Deccan Herald

ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନାର ପ୍ରାକ୍ତନ ଓଆଇସି ମନୋରଞ୍ଜନ ମିଶ୍ରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ନିର୍ମମ ଭାବେ ହତ୍ୟା ମାମଲାର ୧୩ ବର୍ଷ ପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୨୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ମଧାରରେ ଆସିକା ଅତିରିକ୍ତ ଜିଲା ଓ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବେ‌ହେରାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ୪ ମାସ ଅଧିକ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ସେହିପରି ମାମଲାର ଆଉ ଜଣେ ଅଭିଯୁକ୍ତ ସୁନୀଲ ବେହେରାକୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି। ତେବେ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡା ଅନୁପସ୍ଥିତ ଥିବାରୁ ତାନାଁରେ ୱାରେଣ୍ଟ୍ ବାହାରିଛି। ସରକାରଙ୍କ ପକ୍ଷରୁ ଏପିପି ସୁଧାଂଶୁ ପଣ୍ଡା ଓ ଜି.ସୂର୍ଯ୍ୟ ପ୍ରକାଶ ରାଓ ମକଦ୍ଦମା ପରିଚାଳନା କରିଥିଲେ।

ସେଦିନ ଥିଲା, ୨୦୧୦ ନଭେମ୍ବର ୨୬ ତାରିଖ। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁଲିସ ଓ ପ୍ରଶାସନ ପ୍ରସ୍ତୁତିରେ ଲାଗିଥିଲେ। ରାତିରେ ଶେରଗଡ଼ ଥାନାର ପ୍ରାକ୍ତନ ଓଆଇସି ମନୋରଞ୍ଜନ ମିଶ୍ର ଡ୍ୟୁଟି ସାରି ବାଇକ୍‌ରେ ଶେରଗଡ଼ରୁ ହିଞ୍ଜିଳିକାଟୁ ସରକାରୀ କ୍ବାର୍ଟର୍ସକୁ ଫେରୁଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରି ଅପରାଧୀ ନିର୍ମମ ଭାବେ ହତ୍ୟା କରିଥିଲେ। ପରଦିନ ସକାଳେ ଶେରଗଡ଼ ଥାନା ଅଧୀନ ତାକରଡ଼ା କେନାଲ ବନ୍ଧ ନିକଟ ରାସ୍ତା ଉପରୁ ତାଙ୍କ ଗୁଳିବିଦ୍ଧ ଶବ ସହ ବାଇକ୍ ଜବତ ହୋଇଥିଲା। ମନୋରଞ୍ଜନଙ୍କୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ୍ ଗୁଳି କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଶେଷ କରିଥିଲେ। ଏହାସହ ମନୋରଞ୍ଜନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶେରଗଡ଼ ଥାନାରେ ସେତେବେଳେ କେସ୍ ନମ୍ବର ୫୦/୧୦ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରଥମେ ପାଟପୁର ଥାନା ପ୍ରାକ୍ତନ ଆଇଆଇସି ଜେ.କେ.ପଟ୍ଟନାୟକ ଓ ପରବର୍ତ୍ତୀ ସମୟରେ ଶେରଗଡ଼ ଥାନାର ପ୍ରାକ୍ତନ ଆଇଆଇସି ପ୍ରଶାନ୍ତ କୁମାର ସାହୁ ଏହି ମାମଲାର ତଦନ୍ତ ଦାୟିତ୍ବ ନେଇଥିଲେ। ଶ୍ରୀ ସାହୁଙ୍କ ନେତୃତ୍ବରେ ଏକ ସ୍କ୍ବାଡ଼୍ ଗଠନ ସହ ଦୁଇ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବେହେରା ଓ ସମୀର ପଣ୍ଡାକୁ ଗିରଫ କରାଯାଇଥିଲା। ସେମାନେ ହରିଦ୍ବାରରୁ ଫେରୁଥିବା ବେଳେ ବ୍ରହ୍ମପୁର ‌ରେଳଷ୍ଟେସନ୍‌ରୁ ଗିରଫ କରାଯାଇଥିଲା। ସୁନୀଲ ‌ଜାମିନ ପାଇ ଜେଲ୍‌ରୁ ମୁକୁଳିଥିବା ବେଳେ ଦୁଇ ମୁଖ୍ୟ ଅଭିଯୁକ୍ତ ସମୀର ଓ ସୁଶାନ୍ତ ମଧ୍ୟ ସୁପ୍ରିମକୋର୍ଟରୁ ଜାମିନ ପାଇ ବାହାରେ ଥିଲେ।

ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏହି ମାମଲା (ଏସ୍‌ଟି ୪୩/୧୩)ର ବିଚାରଣା ଜାରି ରହିଥିଲା। ୧୩ ବର୍ଷ ପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଜଣେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଥିବା ବେ‌ଳେ ଆଉ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ନାଁରେ ୱାରେଣ୍ଟ୍ ଜାରି ହୋଇଛି। ସୂଚନା ଥାଉକି, ଦିବଙ୍ଗତ ମନୋରଞ୍ଜନଙ୍କ ପତ୍ନୀ ତନ୍ମୟୀ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଚାକିରି କରୁଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe