This is the step taken by a student who teaches self-defense to others Photograph: (sambad.in)
ବାଲେଶ୍ବର: ଏଫ୍ଏମ୍ ସ୍ବୟଂଶାସିତ କଲେଜରେ ଘଟିଥିବା ମାମଲାରେ ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଇଣ୍ଟିଗ୍ରେଟେଡ଼ ବିଏଡ଼ କରୁଥିଲେ। ସେ ଭୋଗରାଇ ଅଞ୍ଚଳର ଝିଅ। ଏବିଭିପି ସହ ସେ ୨୦୨୧-୨୨ ରୁ ଜଡିତ ଥିଲେ ।
ସେ ମାର୍ଶାଲ ଆର୍ଟରେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଇଥିଲେ । ବିଭିନ୍ନ କଲେଜକୁ ଯାଇ ସେ ଅନ୍ୟମାନଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେଉଥିଲେ।
ଅଧିକ ପଢ଼ନ୍ତୁ: କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ
ଅନ୍ୟଙ୍କୁ ଆତ୍ମରକ୍ଷା ତାଲିମ ଦେଉଥିବା ଛାତ୍ରୀ ଜଣଙ୍କ ନିଜେ ଅସହାୟ ହୋଇ ଶେଷରେ ନିଜ ଜୀବନ ନେବାକୁ ସହଜ ମଣି ଚରମ ପଦକ୍ଷେପ ନେଇଥିଲେ। ଅନ୍ୟଙ୍କୁ ଲଢ଼ିବାକୁ ଶିକ୍ଷା ଦେଉଥିବା ଛାତ୍ରୀ ନିଜେ ଆଉ ଲଢ଼ି ପାରି ନଥିଲେ। ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ସୌମ୍ୟାଶ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ପ୍ରତିବର୍ଷ ଏବିଭିପି ପକ୍ଷରୁ ହେଉଥିବା ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଅଭିନୟରେ ଅନେକ ପୁରସ୍କାର ପାଇଛନ୍ତି ସେ । ଗତବର୍ଷ ଅର୍ଥାତ ୨୦୨୪ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ନିଜେ ଆୟୋଜନ କରିଥିଲେ ସୌମ୍ୟାଶ୍ରୀ ।
ସେ ପାଠ ପଢ଼ିବା ପାଇଁ ପ୍ରାଇଭେଟ ମେସ୍ରେ ସାଙ୍ଗଙ୍କ ସହ ରହୁଥିଲେ। ଏବିଭିପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ । ସେ ଏବିଭିପି ପାଇଁ ସଦସ୍ୟ ସଂଗ୍ରହ ମଧ୍ୟ କରୁଥିଲେ।
ଅଧିକ ପଢ଼ନ୍ତୁ: ଏଫ୍ଏମ୍ କଲେଜ ପୀଡିତା ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ
Baleswar | Fakir Mohan College | Crime
Follow Us