ଏଥର ​୩ ଘଣ୍ଟା ନବଯୌବନ ଦର୍ଶନ; ସକାଳ ୮ରୁ ଦର୍ଶନ ଆରମ୍ଭ, ପୂର୍ବାହ୍ନ ୧୧ରୁ ଦର୍ଶନ ବନ୍ଦ

Advertisment

ପରିମାଣିକ ୧ ଘଣ୍ଟା, ସାହାଣମେଲା ୨ ଘଣ୍ଟା, ୭ହଜାର ପରିମାଣିକ ଟିକେଟ୍‌, ଦର ୧୦୦ ଟଙ୍କା

ପରିମାଣିକ ୧ ଘଣ୍ଟା, ସାହାଣମେଲା ୨ ଘଣ୍ଟା, ୭ହଜାର ପରିମାଣିକ ଟିକେଟ୍‌, ଦର ୧୦୦ ଟଙ୍କା

ଏଥର ​୩ ଘଣ୍ଟା ନବଯୌବନ ଦର୍ଶନ; ସକାଳ ୮ରୁ ଦର୍ଶନ ଆରମ୍ଭ, ପୂର୍ବାହ୍ନ ୧୧ରୁ ଦର୍ଶନ ବନ୍ଦ

ପୁରୀ : ଭକ୍ତମାନେ ଚଳିତବର୍ଷ ମାତ୍ର ୩ ଘଣ୍ଟା ନବଯୌବନ ଦର୍ଶନ କରିବାର ସୁଯୋଗ ପାଇବେ। ଯେଉଁଥିରୁ ୧ ଘଣ୍ଟା ପରିମାଣିକ ଟିକେଟ୍‌ରେ ଦର୍ଶନ ଓ ୨ ଘଣ୍ଟା ସାହାଣମେଲା ଦର୍ଶନ ବ୍ୟବସ୍ଥା ରହିବ। ଚଳିତବର୍ଷ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟରେ ଉଭା ନ ଥିବାରୁ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦର୍ଶନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି, ଚଳିତବର୍ଷ ଜୁନ୍‌ ୧୯ ତାରିଖରେ ନବଯୌବନ ଦର୍ଶନ ଓ ୨୦ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଛି। ପ୍ରତିବର୍ଷ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟରେ ଉଭା(ଅତିରିକ୍ତ ଦିନ ତଥା ସମୟ) ରହୁଥିବାରୁ ନବଯୌବନ ଦର୍ଶନ ଅଧିକ ସମୟ ହୁଏ। ସଅଳ ବି ଦର୍ଶନ ଆରମ୍ଭ ହୁଏ। କିନ୍ତୁ, ଚଳିତବର୍ଷ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଲାଗି ଲାଗି ପଡ଼ୁଥିବାରୁ ନୀତିକାନ୍ତିରେ ବିଳମ୍ବହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନବଯୌବନ ଦର୍ଶନ ସମୟକୁ ସୀମିତ କରାଯାଇଛି। ଭକ୍ତଙ୍କ ପାଇଁ ନବଯୌବନ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହେବ। ପରିମାଣିକ ଟିକେଟ୍‌ଧାରୀ ସକାଳ ୮ଟାରୁ ଶ୍ରୀଜିଉଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଦେଇ ପରିମାଣିକ ଦର୍ଶନ ହେବ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ହେବ। ପରେ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ। ଏଥର ଭକ୍ତଙ୍କ ପାଇଁ ୭ହଜାର ପରିମାଣିକ ଟିକେଟ୍‌ ବ୍ୟବସ୍ଥା କରାଯାଇଛି। ଟିକେଟ୍‌ ଦର ୧୦୦ ଟଙ୍କା ରହିବ। ଯେଉଁମାନେ ଭିଆଇପି, ସେମାନେ ବି ପରିମାଣିକ ଟିକେଟ୍‌ରେ ଦର୍ଶନ କରିବେ ବୋଲି ଶ୍ରୀ ଦାସ କହିଛନ୍ତି।

ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର, ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ବହୁତ ନୀତିକାନ୍ତି ରହିଛି। ଯଦି ନୀତିକାନ୍ତି ବିଳମ୍ବ ହୁଏ, ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ। ନୀତିକାନ୍ତି ବିଳମ୍ବ ହେଲେ, ପହଣ୍ଡି ବି ବିଳମ୍ବ ହେବ। ଏଣୁ ଆମେ ସଅଳ ନୀତିକାନ୍ତି କରିବାକୁ ଯାଉଛୁ। ନବଯୌବନ ଦର୍ଶନ ଦିନ ସକାଳ ୮ଟା ସୁଦ୍ଧା ତାଟି ଉଠିବ। ପଟିଦିଅଁଙ୍କୁ ବି ଅନ୍ୟତ୍ର ନିଆଯିବ। ୯ଟାରୁ ନବଯୌବନ ଦର୍ଶନ ଆରମ୍ଭ ହେବ। ନବଯୌବନ ଦର୍ଶନ ଦିନ ଅର୍ଥାତ୍‌ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବଦିନ ରାତି ୯ଟାରୁ ସେନାପଟା ଲାଗି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଦଇତାପତି ନିଯୋଗଙ୍କ ସହଯୋଗକ୍ରମେ ନୀତିକାନ୍ତି ଶୃଙ୍ଖଳିତ କରାଯିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe