ଏଥର ମାସବ୍ୟାପୀ ଚାଲିବ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

Advertisment
ଜୟପୁର ବାଇପାସ୍ ରାସ୍ତା ପ୍ରସ୍ତାବ; ପରିବହନ ଓ ରାଜପଥ ମନ୍ତ୍ରଳାୟରେ ଅଟକିଛି ଅନୁମୋଦନ

CSRBox

ଭୁବନେଶ୍ବର: ବିଭିନ୍ନ ବର୍ଗର ଲୋକ, ଗାଡ଼ି ଚାଳକ, ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ହେଉଥିବା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଏଥର ଏକ ମାସବ୍ୟାପୀ ହେବ। ଲୋକ ଯେପରି ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଅଧିକ ଅବଗତ ହେବେ, ଦୁର୍ଘଟଣା କମିବ, ସଡ଼କ ସୁରକ୍ଷା ନିୟମ ନେଇ ସଚେତନ ହେବେ ସେଥିପାଇଁ ‘ଜାତୀୟ ସଡ଼କ ସୁରକ୍ଷା ମାସ’ ପାଳନ କରିବାକୁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରଙ୍କୁ କୁହାଯାଇଛି। ତେଣୁ ଚଳିତବର୍ଷ ଜାନୁଆରି ୧୮ରୁ ଫେବ୍ରୁଆରି ୧୭ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ଯେଉଁ ସବୁ କାର୍ଯ୍ୟକ୍ରମ ହୁଏ ଏଥର ବି ତାହା ହେବାର ଅଛି। ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ସୁପାରିସ ଅନୁଯାୟୀ ଯଦି କିଛି ନୂଆ କାର୍ଯ୍ୟକ୍ରମ ହେବାର ଥିବ ତେବେ ହେବ। ଏନେଇ ଆସନ୍ତା ୧୫ତାରିଖରେ କୃଷି ଉତ୍ପାଦନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିରେ ବିଭିନ୍ନ ବିଭାଗର ସଚିବ, ୩୦ଟି ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଆର୍‌ଟିଓମାନେ ଯୋ‌ଗଦେବେ। ଏହି ବୈଠକରେ ମାସେ ବ୍ୟାପୀ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚୀ ପ୍ରସ୍ତୁତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe