ଏଥର ଜଗା ଯିବ ସ୍କୁଲ: ସମ୍ପୂର୍ଣ୍ଣ ସୁସ୍ଥ କହିଲେ ଦିଲ୍ଲୀ ଏମ୍‌ସ ପ୍ରଫେସର

ଏଥର ଜଗା ଯିବ ସ୍କୁଲ: ସମ୍ପୂର୍ଣ୍ଣ ସୁସ୍ଥ କହିଲେ ଦିଲ୍ଲୀ ଏମ୍‌ସ ପ୍ରଫେସର

ଫୁଲବାଣୀ: ଏବେ ଯୋଡ଼ାମୁଣ୍ଡ ଶିଶୁ ଜଗା ପୂରା ଫିଟ୍‌, ସ୍କୁଲ ମଧ୍ୟ ଯିବ। ଦିଲ୍ଲୀ ଏମ୍‌ସ ପ୍ରଫେସର ଦୀପକ ଗୁପ୍ତା ଆଜି ଫୁଲବାଣୀ ଗସ୍ତରେ ଆସି ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ଆଜି ଡାକ୍ତର ଗୁପ୍ତା ଫୁଲବାଣୀରେ ପହଞ୍ଚି ଜଗା ରହୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ସ୍ବତନ୍ତ୍ର କ୍ୟାବିନ୍‌କୁ ଯାଇ ଦୀର୍ଘ ସମୟ ସବିଶେଷ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ତାକୁ ସ୍କୁଲକୁ ପାଠ ପଢ଼ିବାକୁ ପଠାଯାଉ ବୋଲି ଡାକ୍ତର ଗୁପ୍ତା କନ୍ଧମାଳ ସିଡିଏମ୍‌ଓଙ୍କୁ ପରାମର୍ଶ ଦେଇଛନ୍ତି।

ସମୟ ଆସିଲେ ଜଗାର ମୁଣ୍ଡରେ ଦ୍ବିତୀୟ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ଗୁପ୍ତା ସୂଚନା ଦେଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଅଭୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ୨୦୧୭ରେ ଡାକ୍ତର ଗୁପ୍ତା ଦିଲ୍ଲୀ ଏମ୍‌ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କର ଅସ୍ତ୍ରୋପଚାର କରିଥିଲେ। ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୪୦ ଜଣିଆ ଟିମ୍‌ ଜଗା-କାଳିଆର ଯୋଡ଼ା ମୁଣ୍ଡକୁ ସଫଳତାର ସହ ଅଲଗା କରିଥିଲେ। ଜଗା-କାଳିଆଙ୍କ ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିଲା। ୪ ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେବାପରେ ୨୦୨୦ ମସିହା ନଭେମ୍ବର ୨୫ରେ କଟକ ବଡ଼ ଡାକ୍ତରଖାନାରେ କାଳିଆର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe