ଏବର୍ଷ ପଦ୍ମପୁରକୁ ଜିଲ୍ଲା ମାନ୍ୟତା: ୧୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର

Advertisment

ପ୍ରଭୁ ନୃସିଂହନାଥ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଦିଅନ୍ତୁ, ପ୍ରତିଶ୍ରୁତି ଦେଇଥିଲି ଆସିବି ବୋଲି, ଆସିଲି: ମୁଖ୍ୟମନ୍ତ୍ରୀ

ପ୍ରଭୁ ନୃସିଂହନାଥ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଦିଅନ୍ତୁ, ପ୍ରତିଶ୍ରୁତି ଦେଇଥିଲି ଆସିବି ବୋଲି, ଆସିଲି: ମୁଖ୍ୟମନ୍ତ୍ରୀ

ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରବନ୍ଧ/ପାଇକମାଳ/ପଦ୍ମପୁର: ଚଳିତବର୍ଷ ଶେଷସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମିଳିବ। ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ଯାକ ବ୍ଲକ୍‌ରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହିତ ସେ ବିଜୟ ପାଇଁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍‌ କରି ସେମାନଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପରେ ଆଜି ପ୍ରଥମଥର ଏଠାକୁ ଗସ୍ତରେ ଆସିଥିଲେ। ଗତ ଡିସେମ୍ବରରେ ଉପନିର୍ବାଚନ ବେଳେ ଆସିଥିଲି। ପ୍ରତିଶ୍ରୁତି ଦେଇଥିଲି, ଶୀଘ୍ର ଆସିବି। ମୋ ପ୍ରତିଶ୍ରୁତି ରକ୍ଷା କଲି। ମୁଁ କଥାରେ ନୁହେଁ, କାମରେ ବିଶ୍ବାସ କରେ। ଏହିଭଳି ଅଭିଭାଷଣ ପ୍ରଦାନ ସହିତ ତିନି ବ୍ଲକ୍‌ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରଠାରେ ଆୟୋଜିତ ସମାବେଶରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ସହ ଧନ୍ୟବାଦ ଜଣାଇଥିଲେ। ତିନୋଟି ଯାକ ସଭାରେ ମୁଖ୍ୟମନ୍ତ୍ରୀ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଏଠାକୁ ଆସିଥିଲେ। ବରଗଡ଼-ନୂଆପଡ଼ା ରେଳଲାଇନ୍‌, ଫସଲ ବୀମା, କେନ୍ଦୁପତ୍ରରୁ ଜିଏସ୍‌ଟି ହ୍ରାସ ଭଳି ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ (କେନ୍ଦ୍ରମନ୍ତ୍ରୀମାନଙ୍କ) ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ପାଲଟା ପ୍ରଶ୍ନ କରିଥିଲେ। ପ୍ରଭୁ ନୃସିଂହନାଥ କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି କଥା ମନେପକାଇ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀ ଚଳିତବର୍ଷ
ଡିସେମ୍ବର ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ନିଶ୍ଚିତ ଜିଲ୍ଲା ମାନ୍ୟତା ମିଳିବ ବୋଲି ପ୍ରକାଶ କରିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ଉକ୍ତ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ପାଇଁ ୧ କୋଟି ଟଙ୍କା ଲେଖାଏଁ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି। ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସିରେ ଉନ୍ନୀତ କରାଯାଇଛି। ଝାରବନ୍ଧରେ ୧୩୩/୩୨ କେଭି କ୍ଷମତା ବିଶିଷ୍ଟ ଏକ ଗ୍ରିଡ୍‌ ନିର୍ମାଣ ସାଙ୍ଗକୁ ଚାକଧରା ଡ୍ୟାମ୍‌ କାର୍ଯ୍ୟ ତାଙ୍କ ପ୍ରତିଶ୍ରୁତି ମୁତାବକ ଆରମ୍ଭ ହୋଇଥିବା ସେ କହିଥିଲେ। ନିଜ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରାୟ ୧୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଝାରବନ୍ଧଠାରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୁଶାନ୍ତ ସିଂହ, ବିଧାୟିକା ବର୍ଷା ସିଂହ ବରିହା, ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇ ମଞ୍ଚାସୀନ ଥିଲେ। ଗୁନ୍‌ଗୁନ୍‌ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ପାଇକମାଳଠାରେ ବିଧାୟକ ଆକାଶ ଦାସ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ମନ୍ତ୍ରୀ ପ୍ରତାପ ଦେବ, ଟୁକୁନୀ ସାହୁ, ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଞ୍ଚାସୀନ ଥିଲେ। ସେହିପରି, ପଦ୍ମପୁରଠାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ସୁଶାନ୍ତ ସିଂହ, ବିଧାୟିକା ବର୍ଷା ସିଂହ ବରିହା, ବିଧାୟକ ଦେବେଶ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସଭା ‌ସଂଯୋଜନା କରିଥିଲେ। ଏହି ୩ଟିଯାକ ସମାବେଶରେ ୫ଟି ସଚିବ ଭି. କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe